ଜଳେଶ୍ଵର: ଆଜି ଭୋର ସମୟରେ ଶୌଚ ପାଇଁ ଯାଉଥିବା ଜଣେ ବୃଦ୍ଧଙ୍କୁ ଏକ ହାତୀ ଦଳି ଦେଇଛି। ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ବଜାରଶୋଳ ଗ୍ରାମରେ। ମୃତକଙ୍କ ନିମ ଫାଗୁ ହାସଦା ବୋଲି କୁହାଯାଇଛି।
ଫାଗୁ ଭୋର ସମୟେ ଶୌଚ ହେବାକୁ ଯାଉଥିବା ବେଳେ ପ୍ରବଳ କୁହୁଡି ଯୋଗୁଁ ଦୂରରୁ କିଛି ଦେଖାଯାଉ ନ ଥିଲା।ଏହି ସମୟରେ ଗ୍ରାମ ଭିତରେ ଥିବା ୩ ଟିକିଆ ହାତୀ ମଧ୍ୟରୁ ଗୋଟିଏ ମାଈ ହାତୀ ହଠାତ୍ ଦୌଡ଼ି ଆସି ଫାଗୁଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଫାଗୁଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଶୋକାକୁଳ ପରିବେଶ ସୃଷ୍ଟି କରିଛି।
୩ ଟିକିଆ ହାତୀ ମଧ୍ୟରୁ ଦୁଇଟି ମାଈ ହାତୀ ଓ ଗୋଟିଏ ଛୁଆ ରହିଛି। ଏହି ୩ ଟି ହାତୀ ଏବେ ଚମାରଗାଁ ପଞ୍ଚାୟତର କୁମୁଚିଆ ନିକଟସ୍ଥ ପଟାସ ବଣ ଭିତରେ ରହିଛି। ଖବର ପାଇ ବନ୍ୟ ବିଭାଗ ଓ ରାଇବଣିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/elepha.jpg)