ହାତୀଦାନ୍ତ ଚୋରା ଚାଲାଣ ରାକେଟ୍ ଠାବ: ୫ ଅଟକ

ଔପଦା/ ବାଲେଶ୍ବର: ଆଗରପଡ଼ା ଥାନା ଅନ୍ତର୍ଗତ କାଦବରାଙ୍ଗ ଅଞ୍ଚଳରୁ ହାତୀଦାନ୍ତ ଚୋରା ଚାଲାଣ ରାକେଟକୁ ଠାବ କରାଯାଇଛି। ବାଲେଶ୍ବର ଜିଲ୍ଲାରୁ ଆସିଥିବା କିଛି ଚୋରା ବେପାରୀଙ୍କ ସହ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ସହ ହାତୀଦାନ୍ତ ଚୋରା କାରବାର ନେଇ ଯୋଜନା ଚାଲିଥିଲା। ଏ ସମ୍ପର୍କରେ ସ୍ଥାନୀୟ ଲୋକମାନେ କୌଣସି ସୂତ୍ରରୁ ଜାଣିବାପରେ ସ୍ଥାନୀୟ ଆଗରପଡ଼ା ପୁଲିସକୁ  ଖବର ଦେଇଥିଲେ।

ଖବର ପାଇ ସ୍ଥାନୀୟ ପୁଲିସ ସହାୟତାରେ ଏସ.ଟି.ଏଫ୍ ଓ ବନ ବିଭାଗ ପକ୍ଷରୁ ଶନିବାର ସନ୍ଧ୍ୟାରେ ଚଢାଉ କରାଯାଇଥିଲ। ଏହି ରାକେଟରେ ଗିରଫ ହୋଇଥିବା ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳର ୩ ଓ ଆଗରପଡ଼ା ଥାନା କାଦବରାଙ୍ଗ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ନାମ କହିବାରୁ , ସମ୍ପୃକ୍ତ ଅଞ୍ଚଳରେ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିବା କୁହାଯାଇଛି। ଚଢ଼ାଉ ବେଳେ ହାତୀଦାନ୍ତ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ୧୦ଟି ହାତୀର କଳ ଦାନ୍ତ ସହିତ ବ୍ୟବହୃତ ସରଞ୍ଜାମକୁ ଉଦ୍ଧାର କରାଯାଇଛି।

ବାଲେଶ୍ବର ଜିଲ୍ଲାର ଔପଦା ଅଞ୍ଚଳର ୩ ଜଣ ଓ ଖଇରା ଅଞ୍ଚଳର ଜଣେ ଓ ଭଦ୍ରକ ଅଞ୍ଚଳର ଜଣଙ୍କୁ  ଉଠାଇ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବନ ବିଭାଗ। କାର୍ଯ୍ୟାଳୟ ଭିତରେ ଏସିଏଫ ସୁଶାନ୍ତ ଜେନା ଓ ରେଞ୍ଜର ବବିତା ସୋରେନ ଅଟକ ଥିବା ପାଞ୍ଚ ଜଣଙ୍କୁ ପଚରା ଉଚରା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର