ବାସୁଦେବପୁର/ସୋର: ବାସୁଦେବପୁର ଥାନା ଅଞ୍ଚଳର ଏକ ପ୍ରେମ କାହାଣୀର କରୁଣ ପରିଣତି ଘଟଣା ଗତ ଦୁଇଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଛି। ଯୁବତୀଙ୍କୁ ପ୍ରତାରଣା କରି ଅନ୍ୟତ୍ର ବାହାହେବାକୁ ମସୁଧା କରୁଥିବା ପ୍ରତାରକ ପ୍ରେମିକ ପୁଲିସ ଭୟରେ ଫେରାର ହୋଇଯାଇଛି। ଅନ୍ୟପକ୍ଷରେ ପୁଲିସ ମାମଲା ରୁଜୁକରି ପ୍ରତାରକ ପ୍ରେମିକକୁ ଧରିବା ପାଇଁ ଚାରିଆଡ଼େ ଜାଲ ବିଛାଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ଜଗନ୍ନାଥପୁର ଗ୍ରାମର ଦେବେନ୍ଦ୍ର ନାୟକଙ୍କ ପୁଅ ଜିତେନ୍ଦ୍ର ପ୍ରାୟ ୪ ବର୍ଷତଳୁ ସ୍ଥାନୀୟ ଜଣେ ଯୁବତୀଙ୍କୁ ପ୍ରେମ କରିବା ସହ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଯୁବତୀ ଜଣକ ବାହାହେବାକୁ ଅଡ଼ି ବସିବାରୁ ଛଳନା କରିଥିଲେ ଜିତେନ୍ଦ୍ର। ବାହାହେବାକୁ ଦିନ ଗଡ଼ାଇ ଚାଲିଥିଲେ। ଜିତେନ୍ଦ୍ର ମଙ୍ଗଳବାର ଲୁଚିଛପି ଅନ୍ୟତ୍ର ବାହା ହେବାକୁ ମସୁଧା ଚଳାଇଥିବା ବେଳେ ଯୁବତୀ ଖବର ପାଇଯାଇଥିଲେ। ବାସୁଦେବପୁର ଥାନାରେ ନ୍ୟାୟ ଭିକ୍ଷା ପାଇଁ ପହଞ୍ଚିବା ପରେ ପୁଲିସ ସକ୍ରିୟ ହୋଇଉଠିଥିଲା। ଜିତେନ୍ଦ୍ର ବାଲେଶ୍ବର ଜିଲ୍ଲାର ତଳନଗର ଅଞ୍ଚଳକୁ ବାହାହେବାକୁ ଶୋଭାଯାତ୍ରାରେ ବାହାରିଥିଲେ। ହେଲେ ଏହି ଖବର ପୁଲିସ ପାଇ ଜିତେନ୍ଦ୍ରଙ୍କୁ ବାନ୍ଧିବାକୁ ବାହାରି ପଡ଼ିଥିଲା। ପୁଲିସ ବାନ୍ଧିବାକୁ ଯାଉଥିବା ସୂଚନା ପାଇବା ପରେ ଜିତେନ୍ଦ୍ର ବରଯାତ୍ରୀଧରି ତରବରିଆ ଭାବେ ତଳନଗର ଅଭିମୁଖେ ବାହାରି ପଡ଼ିଥିଲେ। ପୁଲିସ ବରଗାଡ଼ିକୁ ପିଛା କରିଥିବା ବେଳେ କନ୍ୟାଘର ତଳନଗରକୁ ନଯାଇ ଜିତେନ୍ଦ୍ର କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ସୋର ଓ ବାସୁଦେବପୁର ପୁଲିସ ରାତି ତମାମ ଜିତେନ୍ଦ୍ରଙ୍କ ପିଛାକରି ନିରାଶ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜିତେନ୍ଦ୍ର ସହ ବାହାହେବାକୁ ଥିବା ତଳନଗର ଅଞ୍ଚଳର କନ୍ୟାଘରେ ପୁଲିସ ପହଞ୍ଚି ଛାନ୍ଭିନ କରିଥିଲା। ଏଭଳି ପରିସ୍ଥିତିରେ କନ୍ୟାଘରେ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି। ଯୁବତୀଙ୍କ ଅଭିଯୋଗ ଅଧାରରେ ବାସୁଦେବପୁର ପୁଲିସ ୭୭/୧୯ ନଂ ମାମଲା ରୁଜୁକରି ତଦନ୍ତ କରୁଛି।
ଯୁବତୀଙ୍କୁ ପ୍ରତାରଣାକରି ଇଞ୍ଜିନିଅର ବାବୁ ହଟହଟା
ଲୁଚିଛପି ଅନ୍ୟତ୍ର ବାହାହେବାକୁ ମସୁଧା କରୁଥିବା ବେଳେ ପୁଲିସ ପଛରେ ପଡ଼ିବାରୁ ବର ଚମ୍ପଟ
/sambad/media/post_attachments/wp-content/uploads/2019/03/bls14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)