ପୂର୍ବତନ ଏଏସ୍‌ଆଇଙ୍କୁ ବର୍ଷେ ଜେଲ୍‌

ବାଲେଶ୍ୱର : ଲାଞ୍ଚ ମାମଲାର ବିଚାର କରି ବାଲେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଆଜି ପୂର୍ବତନ ଏଏସଆଇଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ୫ହଜାର ଟଙ୍କା ଜରିମାନା ଆଦାୟ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୨ବର୍ଷ ଅଧିକ ଜେଲ୍‌ଦଣ୍ଡ ଭୋଗିବାକୁ ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍‌ ରାମନାଥ ପଣ୍ଡା ଏହି ରାୟ ଦେଇଛନ୍ତି।

ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଧିନ ଦୁର୍ଗାଦେବୀ ଫାଣ୍ଡିର ପୂର୍ବତନ ଏଏସଆଇ ଗଦାଧର ସେଠୀ ସେହି ଥାନା ଅଧିନ କଣ୍ଟେଇ ଗାଁର ଚତୁର୍ଭୁଜ ଦାସଙ୍କ ଥାନା କେସ୍‌ ଦଫା କୋହଳ ପାଇଁ ୪ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ଯୋଜନା ମୁତାବକ, ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଫିସର ଆଦିତ୍ୟ ନାରାୟଣ ପ୍ରତିହାରୀ ଏଏସଆଇ ଶ୍ରୀ ସେଠୀଙ୍କୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର