ଅବକାରୀ ଚଢ଼ଉ, ୩ ଗିରଫ

ବାଲେଶ୍ୱର: ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦେଶକ୍ରମେ ଇନ୍‌ସପେକ୍ଟର କରୁଣାକରଙ୍କ ନେତୃତ୍ୱରେ ଆଜି ସହରର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ସଦରଥାନା ଅନ୍ତର୍ଗତ ମେଣ୍ଡାଶୁଳ ଗ୍ରାମର ଭଗବାନ ବେହେରା, ଟାଉନଥାନା ଅନ୍ତର୍ଗତ ମାନସିଂହ ବଜାରର ଟୁକୁନ ମଳିକ ଓ ସଦର ଥାନା ଅନ୍ତର୍ଗତ ଆଳୁପୁର ଗ୍ରାମର ଶ୍ୟାମ ସିଂହ ଦେଶୀ ମଦ ବିକ୍ରି କରୁଥିବା ବେଳେ ଗିରଫ କରାଯାଇଥିଲା। ଏହି ଚଢଉରେ ସଦର ଅବକାରୀ ସବ୍‌ ଇନସ୍‌ପେକ୍ଟର କେଶବ ଚନ୍ଦ୍ର ଦାସଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର