ଜଳେଶ୍ୱର : ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଜଳେଶ୍ୱର ଓ କମର୍ଦ୍ଦା ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇ ୫ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କମର୍ଦ୍ଦା ଥାନା ଦାରୁହା ଗ୍ରାମର ରବି ସିଂ(୩୫), ଭୋଗରାଇ ଥାନା ସରସ୍ୱତୀପୁର ଗ୍ରାମର ଶମ୍ଭୁ ବେହେରା(୪୮), କାହ୍ନାଇଲାଲ ବେହେରା(୩୦), ଭୋଗରାଇ ଗ୍ରାମର ଚନ୍ଦନ ବେହେରା(୩୦) ଓ ଦେଉଳା ଗ୍ରାମର ବାସନ୍ତୀ ବେହେରା(୫୫)। ସେମାନଙ୍କ ନିକଟରୁ ୮୯ ଲିଟର ମଦ ଜବତ ହୋଇଛି। ଅବକାରୀ ଏସ୍ପି ମନୋଜ କୁମାର ସେଠୀଙ୍କ ନିର୍ଦେଶରେ ରେଂଜ ଅଫିସର କରୁଣାଶଙ୍କର ତିଓ୍ଵାରୀଙ୍କ ନେତୃତ୍ୱରେ ଏହି ଚଢ଼ଉରେ ଏସ୍ଆଇ ହରପ୍ରସାଦ ରଣା, ତ୍ରିଲୋଚନ ସ୍ୱାଇଁ, ସହଯୋଗୀ ରାଜୀବ ଭଂଜ ଓ ଅନ୍ୟମାନେ ସାମିଲ ଥିଲେ।
ଅବକାରୀ ଚଢ଼ଉ, ୫ ଗିରଫ
/sambad/media/post_attachments/wp-content/uploads/2017/10/arrested-5.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)