ବିଦ୍ୟୁତ୍‌ ଆଘାତରେ ଚାଷୀ ମୃତ

ସୋର,: ସୋର ଥାନା ଅଧୀନ ନଦୀଗାଁ କାନପୁର ଗ୍ରାମର ଜଣେ ଚାଷୀ ଆଜି ଅପରାହ୍ନରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ଗ୍ରାମର ସ୍ବର୍ଗତ ମନୁ ଜେନାଙ୍କ ପୁଅ ଶ୍ରୀଧର(୫୫) ବିଲକୁ ଘାସ କାଟିବାକୁ ଯାଇଥିଲେ। ରାତି ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ତେବେ ଶ୍ରୀଧର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବିଲ ହିଡ଼ରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଲକୁ ପାଣି ଯୋଗାଇବାକୁ ଖୋଲା ତାରରେ ହୁକ ପକାଇ ମଟର ସ˚ଯୋଗ କରିଥିବାରୁ ସେହି ଗାଁର ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଶବ ଉଦ୍ଧାର କରାଯିବ ନାହିଁ ବୋଲି ଥାନାରେ ଅଭିଯୋଗ କରିଛନ୍ତି। ରିପୋର୍ଟ ଲୋଖା ହେବା ପର୍ଯ୍ୟନ୍ତ ଶବ ସେହି ବିଲ ହିଡ଼ରେ ପଡ଼ିରହିଛି।

ସମ୍ବନ୍ଧିତ ଖବର