ବାପା ମାଡ଼ରେ ପୁଅ ମୃତ

ଔପଦା : ଜମିବାଡ଼ି ବିବାଦକୁ ନେଇ ବାପା ମାଡ଼ରେ ପୁଅର ପ୍ରାଣ ଯାଇଛି। ଘଟଣା ଘଟିଛି ଔପଦା ଥାନା ଅନ୍ତର୍ଗତ ବୁଦାଖୁଣ୍ଟା ରାଜସ୍ୱ ଗ୍ରାମ ଦୁର୍ଗାପୁର ସାହିରେ। ମୃତକ ହେଉଛନ୍ତି ସେହି ସାହିର ରାମ ସିଂ(୬୫)ଙ୍କ ପୁଅ ଜଙ୍ଗଲ ସିଂ(୪୦)।

ସୂଚନା ଅନୁସାରେ, ଜମିବାଡ଼ିକୁ କେନ୍ଦ୍ରକରି ଏହି ଗ୍ରାମର ରାମ ସିଂଙ୍କ ପରିବାରରେ ଲାଗି ରହିଥିବା କଳହ ଗତକାଲି ଉଗ୍ରରୂପ ଧାରଣ କରିଥିଲା। ଗତକାଲି ଅପରାହ୍ନରେ ରାମଙ୍କ ବଡ଼ପୁଅ ଜଂଗଲଙ୍କ ସହ ସାନଭାଇ ଜଟା ସିଂ(୩୫), ବଟା ସିଂ(୩୦) ଓ ବିବାହିତା କନ୍ୟା ଟୁରି ସିଂ(୨୭) ଝଗଡ଼ା ଲାଗିଥିଲେ। ଏହି ସମୟରେ ରାମ ଏକ ବାହୁଙ୍ଗିରେ ଜଂଗଲଙ୍କ ମୁଣ୍ଡ ପଛପଟକୁ ଶକ୍ତ ପ୍ରହାର କରିଥିଲେ। ଗୁରୁତର ଅବସ୍ଥାରେ ଜଂଗଲଙ୍କୁ ଗାଁ ଲୋକ ଏକ ଅଟୋ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ସକାଳେ ସୋର ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଜଗଂଲଙ୍କ ପୁଅ ଜଗନ୍ନାଥ ଥାନାରେ ଅଭିଯୋଗ କରିଛନ୍ତି। ଔପଦା ପୁଲିସ ମୁଖ୍ୟ ଅଭିଯୁକ୍ତ ରାମଚନ୍ଦ୍ର ଓ ବଟାକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର