ପୁଲିସ ଡିଜି ଅଫିସରେ ମୃତ ସହକାରୀ ବନ ସଂରକ୍ଷକ ସୌମ୍ୟଙ୍କ ବାପା

କଟକ: ଡିଜିଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ମୃତ ପାରଳାଖେମୁଣ୍ଡି ଏ ସି ଏଫ ସୋମ୍ୟରଞ୍ଜନଙ୍କ ବାପା ଓ ଭାଇ । ମୃତ୍ୟୁ ଘଟଣାରେ ସୌମ୍ୟଙ୍କ ପତ୍ନୀ, ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକସନ ପାଇଁ  ସୋମ୍ୟରଞ୍ଜନଙ୍କ ବାପା ଦାବି କରିଛନ୍ତି।

ଏହା ସହ ଯେତେବେଳେ ସୌମ୍ୟଙ୍କୁ କଟକ ଅଣାଯାଉଥିଲା ସେ ସମୟରେ ଆମ୍ବୁଲାନ୍ସକୁ ରାସ୍ତାରେ ଘଣ୍ଟାଏ ପାଇଁ ଅଟକାଇ ଥିବା ଆଇଆଇସି ମମତା ପଣ୍ଡାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଦାବି କରିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର।

ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ଗ୍ରାମର ଅଭିରାମ ମହାପାତ୍ରଙ୍କ କନିଷ୍ଠ ପୁତ୍ର ହେଉଛନ୍ତି ସୌମ୍ୟରଞ୍ଜନ। ଓଡ଼ିଶା ବନ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଦୁଇ ବର୍ଷ ତାଲିମ ନେବା ପରେ ୨୦୨୦ ମେ ୨୦ ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ଭାବେ ନିଯୁକ୍ତି ପାଇଥିଲେ। ୨୦୨୦ ଡିସେମ୍ବର ୧ ତାରିଖ‌ରେ କପ୍ତିପଦା ଥାନା ଗୌଡ଼ଗାଁ ଗ୍ରାମର ଶ୍ରୀହରି ପଣ୍ଡାଙ୍କ କନ୍ୟା ବିଦ୍ୟାଭାରତୀ ପଣ୍ଡାଙ୍କ ସହ ତାଙ୍କର ବିବାହ ହୋଇଥିଲା। ଗତ ୧୨ ତାରିଖରେ ସୌମ୍ୟରଞ୍ଜନ ନିଆଁରେ ପୋଡ଼ି ହୋଇ ଗୁରୁତର ହେବା ପରେ କଟକ ବଡ଼ ଡାକ୍ତରଖାନା ଏବଂ ପରେ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ବାପା ଓ ବଡଭାଇ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଡିଏଫ୍‌ଓ, ରୋଷେୟା ଓ ବିଦ୍ୟାଭାରତୀଙ୍କ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସୌମ୍ୟରଞ୍ଜନଙ୍କ ପରିବାର ଏହି ଘଟଣାରେ ଗଜପତି ଡିଏଫ୍ଓ‌ ସ˚ଗ୍ରାମ କେଶରୀ ବେହେରାଙ୍କୁ ସନ୍ଦେହଘେରକୁ ଟାଣିଛନ୍ତି। ସୌମ୍ୟଙ୍କ ପିତା ଅନ୍‌ଲାଇନ୍‌ରେ ପାରଳା ଆଦର୍ଶ ଥାନାରେ ଅଭିଯୋଗ କରିବା ସହ ଗଣମାଧ୍ୟମ ଆଗରେ କେତେକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ତେବେ, ଡିଏଫ୍‌ଓ ଶ୍ରୀ ବେହେରା ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର