ଭୋଗରାଇରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଜଳିପୋଡ଼ି ପାଉଁଶ

ଭୋଗରାଇ: ଗତକାଲି ବିଳମ୍ବିତ ରାତିରେ ଭୋଗରାଇ ବ୍ଲକ ଚୌକି ଛକ ଠାରେ ବାବା ନୀଳକଣ୍ଠେଶ୍ୱର ବେଡିଙ୍ଗ ଷ୍ଟୋର ଏବଂ ମା କାଳିକା ଫର୍ନିଚରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଜଳି ଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା।

ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର