ସୋର: ୪ ଦୋକାନ ପୋଡ଼ି ପାଉଁଶ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ସୋର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତ କୁଡେ଼ଇ ଛକରେ ଅଗ୍ନିକାଣ୍ଡ ଘଟିଛିl ଏହି ଅଗ୍ନିକାଣ୍ଡରେ ୪ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛିl ଗତକାଲି ରାତିରେ ଦୋକାନ ମାଲିକମାନେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେl କିନ୍ତୁ ବିଳମ୍ବିତ ରାତିରେ ହଠାତ ଦୋକାନ ନିଆଁ ଲାଗିଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେl ପରେ ଦୋକାନ ମାଲିକଙ୍କୁ ଖବର ଦେବା ସହିତ ସୋର ଦମକଳ କେନ୍ଦ୍ରକୁ ଖବର ଦେଇଥିଲେl

ଦମକଳ କେନ୍ଦ୍ରର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେl ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କିନ୍ତୁ ବିଦ୍ୟୁତ ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି l ତେବେ ଅଗ୍ନିକାଣ୍ଡରେ ଗୋଟିଏ ଲୁଗା ଦୋକାନ, ତେଜରାତି ଦୋକାନ, ସେଲୁନ ଓ ଗୋଟିଏ ଷ୍ଟେସନାରି ଦୋକାନ ପୋଡ଼ି ନଷ୍ଟ ହୋଇଯାଇଛି l ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛିl

ସମ୍ବନ୍ଧିତ ଖବର