ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ: ୩ ବଖରା ଘର ପୋଡ଼ି ନଷ୍ଟ

ସୋର: ବାଲେଶ୍ବର ଜିଲ୍ଲାର ବ୍ଲକ ତଳନଗର ପଞ୍ଚାୟତ ଅଲ୍ଲୀପୁର ଗ୍ରାମର ମହେଶ୍ୱର ବାରିକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡ଼ି ନଷ୍ଟ ହୋଇଯାଇଛି।  ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରିବାର ଲୋକେ ଶୋଇଥିଲେ। କିନ୍ତୁ ରାତି ୧ ଘଟିକା ସମୟରେ ସେମାନେ ହଠାତ ବାଉଁଶ ଫୁଟୁଥିବା ଶବ୍ଦ ଶୁଣିବାକୁ ପାଇଥିଲେ।  ଘରୁ ଉଠିବା ପରେ ଘର ପଛପଟେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ।

ଏହାପରେ ପରିବାର ଲୋକେ ଗାଁ ଲୋକଙ୍କୁ ଡାକିବା ସହିତ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଗାଁ ଲୋକେ ଜିନିଷପତ୍ର ଘରୁ ବାହାର କରିଥିଲେ। ନଗଦ କିଛି ଟଙ୍କା ସହିତ ବର୍ଷସାରା ଚଳିବା ପାଇଁ ରଖାଇଯାଇଥିବା ଚାଉଳ ଏବଂ ଅସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଏବେ ଶୀତ କାକରରେ ପରିବାର ଲୋକେ ବାହାରେ ପଡ଼ିରହିବା ସହିତ ଘରର କିଛି ଜିନିଷପତ୍ର ବାହାରେ ପକାଇରଖିଛନ୍ତି। ସରକାରଙ୍କ ତରଫରୁ ତାଙ୍କୁ ସହାୟତା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି ଜଣାଯାଇଛି।ଗତକାଲି ଗାଁର ଜଣେ ଲୋକଙ୍କ ସହିତ ଝଗଡ଼ା ହୋଇଥିଲା ଯାହାକୁ ନେଇ ଘରେ କେହି ନିଆଁ ଲଗାଇଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି।

ସମ୍ବନ୍ଧିତ ଖବର