ଭୋଗରାଇ: ବାଲେଶ୍ଵରଜିଲ୍ଲା ଭୋଗରାଇ ଥାନା ଅଧିନ କଖଡା ପଞ୍ଚାୟତ ହାଟସରିଷା ଗାଁର ମଲାରବାଡ଼ି ଆକାଶ ବାଡ଼ି ଭିତରେ ବେଆଇନ ଭାବରେ ତିଆରି ହୋଇଥିବା ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରିବା ସହିତ ପୁଲିସ ଜଣକୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଯୁବକ ଜଣକ ହେଲେ ପଶ୍ଚିମବଙ୍ଗର ପଟାଶପୁର ଥାନା ଅଧିନ ପଦୀମା ଗାଁର ସୁକୁମାର ଜାନା (୪୦)।

Advertisment

ଆଗକୁ ପାର୍ବଣ ଋତୁ ଥିବାରୁ ରାସାୟନିକ ବାଣ ପ୍ରସ୍ତୁତ କରି ବିକ୍ରି କରିବା ପାଇଁ ସୁକୁମାର ପଶ୍ଚିମବଙ୍ଗରୁ ଓଡ଼ିଶା ସୀମା ଭିତରକୁ ଆସି ପ୍ରଶାସନର ଆଢୁଆଳରେ କଖଡ଼ା ପଞ୍ଚାୟତର ହାଟସରିଷା ଗାଁର ଆକାଶ ବାଡ଼ିରେ ବାଣ ତିଆରି କରୁଥିଲେ। 

ଭୋଗରାଇ ଥାନା ଆଇଆଇସି ରୋହିତ କୁମାର ବଳ ଓ ଚନ୍ଦନେଶ୍ୱର ପୁଲିସ ଫାଣ୍ଡି ଅଧିକାରୀ ବନବିହାରୀ ଶତପଥୀ କୌଣସି ସୂତ୍ରରୁ ଖବର ପାଇ ଦଳବଳ ନେଇ ବାଣ ତିଆରି କାରଖାନା ଉପରେ ଅଚାନକ ଚଢ଼ାଉ କରି ବାଣ ସହ ଉକ୍ତ ଯୁବକଙ୍କୁ ଗିରଫ କରିଛନ୍ତି। ଜବତ ହୋଇଥିବା ବାଣର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କାର ହେବ ବୋଲି ଜଣାପଡ଼ିଛି। ଏନେଇ ଭୋଗରାଇ ଥାନା କେଶ ନମ୍ବର ୨୯୧/୨୫ରେ ଏକ ମାମଲା ରୁଜୁ କରି ଗିରଫ ଯୁବକକୁ ଥାନାରେ ଅଟକ ରଖି ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି। 

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ରାଜ୍ୟର ସାହାଡ଼ା ପଞ୍ଚାୟତ ଖାଦିପୁର ଗାଁ ଏପ୍ରିଲ ୧୬ ତାରିଖ ୨୦୨୩ ମସିହାରେ ବାଣ ତିଆରି କାରଖାନାରେ ବିସ୍ଫୋରଣରେ ୯ ଜଣ ମୃତ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ।

firecracker