ବାଲେଶ୍ବର: ସୋରର ନାୟକବନ୍ଧ ଛକ ନିକଟରେ ଘଟିଯାଇଛି ଏକ ଗୁଳିକାଣ୍ଡ। ଅପରାହ୍ନ ପ୍ରାୟ ୨ଟା ସମୟରେ ଭାରତ ଫାଇନାନ୍ସ କମ୍ପାନିର ଦୁଇ ଜଣ କର୍ମଚାରୀ ସୋରକୁ ଆସୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କର ପିଛା କରି ତାଙ୍କ ଉପରକୁ  ଗୁଳି ଚଳାଇଥିଲେ। ମାତ୍ର ଗୁଳି ସେମାନଙ୍କ ଦେହରେ ବାଜି ନ ଥିଲା । ଗୁଳିଟି କର୍ମଚାରୀଙ୍କ ଗାଡ଼ିରେ ବାଜି ଥିବା ହେତୁ ତାଙ୍କୁ କୌଣସି ଆଘାତ ଲାଗିନାହିଁ। ତେବେ ଟଙ୍କା ଲୁଟ୍ କରିବା ଉଦ୍ଦେଶ୍ୟ ରଖି ଦୁର୍ବୃତ୍ତମାନେ ଏହି ଗୁଳିକାଣ୍ଡ ଘଟାଇଥିଲେ ବି ଟଙ୍କା ନେଇ ନ ପାରି ଫେରି ଯାଇଥିବା ଜାଣିବାକୁ ମିଳିଛି।