ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହିଂସା: ଖୋର୍ଦ୍ଧାରେ ବୋମାମାଡ଼, ବାଲେଶ୍ୱରରେ ଗୁଳିି ଚାଳନା

ଖୋର୍ଦ୍ଧା/ବାଲେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୋର୍ଦ୍ଧା ଓ ବାଲେଶ୍ୱର ସହରରେ ରବିବାର ରାତିରେ ହିଂସା ଦେଖାଯାଇଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ସଦର ଥାନା ଅଂଚଳରେ ଏକ ବାଇକ୍‌ ଉପରକୁ ବୋମାମାଡ଼ ହୋଇଥିବା ବେଳେ ବାଲେଶ୍ୱରରେ ଏକ ହୋଟେଲ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚାଳନା କରିଛନ୍ତି।

ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନନ୍ଦପୁର ଗାଁରେ ପ୍ରକାଶ ରାଉତରାୟଙ୍କ ଘର ଉପରକୁ ଆଜି ସନ୍ଧ୍ୟାରେ ବୋମାମାଡ଼ ହୋଇଥିଲା। ଘଟଣା ସମୟରେ ପ୍ରକାଶଙ୍କ ଘରେ କେହି ନଥିଲେ। ଦୁର୍ବୃତ୍ତମାନେ ଘର ବାହାରେ ଥିବା ବାଇକ ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ଫଳରେ ବାଇକଟି ସଂପୂର୍ଣ୍ଣ ରୂପେ ଜଳି ଯାଇଛି। ପୁଲିସ ସୂଚନା ପାଇଁ ଘଟଣାସ୍ଥଳକୁ ପହଞ୍ଚି ଛାନଭିନ କରୁଛି।

ବାଲେଶ୍ୱର ତାମୁଳିଆ ଫାଟକ ନିକଟରେ ଥିବା ଜାଇକା ହୋଟେଲକୁ ଗୁଳି ମାରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି। ହୋଟେଲ କାଚକୁ ୨ ରାଉଣ୍ଡ ଗୁଳି ଫୁଟାଇ ଦୁର୍ବୃତ୍ତମାନେ ଫେରାର ହେବାରେ ସଫଳ ହୋଇଛନ୍ତି। ଗୋଟିଏ ମୋଟର ସାଇକେଲରେ ୩ ଜଣ ଯୁବକ ଆସି ଏହି ଗୁଳିକାଣ୍ଡ କରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ମାତ୍ର ଘଟଣାର କାରଣ ଅସ୍ପଷ୍ଟ ରହିଛି। ସୂଚନା ମିଳିବା ପରେ ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର