ନୀଳଗିରି: ପ୍ରଚଣ୍ତ ଖରା ଯୋଗୁଁ ଅଂଶୁଘାତରେ ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେ ହେଉଛନ୍ତି ନୀଳଗିରି ଥାନା ଅନ୍ତର୍ଗତ ରାଧାକିଶୋରପୁର ପଞ୍ଚାୟତର କୁହ୍ଲାଟ ବରହମପୁର ଗ୍ରାମର ଆଦିତ୍ୟ ଚନ୍ଦ୍ର ପାତ୍ର (୫୦)। ଆଦିତ୍ୟ ଦ୍ବିପହରେ ଘରୁ ଖାଇସାରି କ୍ଷେତକୁ ଚାଷ ଦେଖିବା ପାଇଁ ଯାଇଥିଲେ। ଘରକୁ ପ୍ରାୟ ୨ଟା ବେଳେ ଫେରି ପାଣି ପିଇ ଶୌଚ ପାଇଁ ଯାଇଥିବା ବେଳେ ସେହିଠାରେ ତଳେ ପଡ଼ିଯାଇଥିଲେ। ଘରଲୋକେ ଦେଖି ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଅଂଶୁଘାତଜନିତ ମୃତ୍ୟୁ ବୋଲି ପରିବାର ଲୋକେ କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ମୃତ୍ୟୁର କାରଣ ସ୍ପଷ୍ଟହେବ ବୋଲି ଡାକ୍ତର କହିଛନ୍ତି। ଖବରପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଛି। ଚଳିତ ବର୍ଷ ବାଲେଶ୍ବର ଜିଲ୍ଲାରେ ଏହା ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ବୋଲି କୁହାଯାଉଛି।
ବାଲେଶ୍ବର ଜିଲ୍ଲାରେ ପ୍ରଥମ ଅଂଶୁଘାତ ମୃତ୍ୟୁ ଅଭିଯୋଗ
/sambad/media/post_attachments/wp-content/uploads/2019/04/bls.jpg)