ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ସୀମାନ୍ତବର୍ତ୍ତୀ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଏକ ବିରଳ ପ୍ରଜାତିର ମାଛକୁ ୩୦ ହଜାର ଟଙ୍କାରେ କୋଲକାତାର ଏକ ଔଷଧ କମ୍ପାନି କିଣିଥିବା ଜଣାପଡ଼ିଛି। ମାଛଟିର ଓଜନ ୫ କ୍ବିଣ୍ଟାଲ୍ରୁ ଅଧିକ ହୋଇଥିବା ବେଳେ ଲମ୍ବ ୧୨ ଫୁଟ୍। ଏହାକୁ ପଶ୍ଚିମବଙ୍ଗ ଅଞ୍ଚଳରେ ଚିରୁଣ ଏବଂ ଓଡ଼ିଶାରେ ପାନିଆଫାଳ ମାଛ ବୋଲି କୁହାଯାଏ।
ରବିବାର ପାରାଦୀପ ଅଞ୍ଚଳର ଏକ ଟ୍ରଲରର ମତ୍ସ୍ୟଜୀବୀମାଦେ ଏହି ବିରଳ ପ୍ରଜାତିର ମାଛକୁ ଧରି ଦୀଘା ମୁହାଣରେ ଥିବା ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଆଣି ବିକିଥିଲେ। ସୂଚନାଥାଉକି, ମାଛଟିର ଔଷଧୀୟ ଗୁଣ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/33d392fd-9adf-4ae4-9745-45942aff71d8.jpg)