ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ପୁଲିସକୁ ମିଳିଛି ବଡ଼ ସଫଳତାl ନୀଳଗିରି ଥାନା ଅନ୍ତର୍ଗତ ବେଗୁନିଆ ପଞ୍ଚାୟତର ନିଶଖଂପୁର ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ ୨୬ ଲିଟର ଵିଦେଶୀ ମଦ ଜବତ କରିବା ସହ ପୁଲିସ ଜଣକୁ ଗିରଫ କରିଥିବା ଜଣାପଡ଼ିଛିl ଗିରଫ ବ୍ୟକ୍ତି ଜଣକ ଉକ୍ତ ଗ୍ରାମର ଜୟନ୍ତ ମଲ୍ଲିକ ( ୩୫ ) ବୋଲି ଜଣାପଡ଼ିଛି ।
ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ଏସଡିପିଓ ରିତେଶ ମହାପାତ୍ରଙ୍କ ନେତୃତ୍ୱରେ ଥାନା ଏଏସଆଇ ବାସୁଦେବ ଜୟ ସିଂହ, ହାବିଲଦାର ଯଦୁନାଥ ସେଠୀ ପ୍ରମୁଖ ଏକ ଟିମ ଗଠନ କରି ଚଢାଉ କରିଥିଲେ। ଚଢାଉ ବେଳେ ଘରୁ ୩ ଟି କାର୍ଟୁନରୁ ୨୬ ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ଜବତ କରିଥିଲେl ଜବତ ବିଦେଶୀ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଏସଡିପିଓ ରିତେଶ ମହାପାତ୍ର ସୂଚନା ଦେଇଛନ୍ତି l ଏନେଇ ନୀଳଗିରି ଥାନା ପକ୍ଷରୁ୧୪୨/୨୧ ଏକ ମାମଲା ରୁଜୁ କରଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/ni.jpg)