ବାଲେଶ୍ୱର: ୪ ଅନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗିରଫ, ୧୮ ଲକ୍ଷ ଟଙ୍କା ଜବତ

ବାଲେଶ୍ୱର: ଖନ୍ତାପଡ଼ା ପୁଲିସ ୪ ଅନ୍ତଃରାଜ୍ୟ ଏଟିଏମ୍‌ ଲୁଟେରାଙ୍କୁ ରବିବାର ଗିରଫ କରି ସେମାନଙ୍କ ଠାରୁ ପ୍ରାୟ ୧୩ ଲକ୍ଷ ୫୮ ହଜାର ଟଙ୍କା ଜବତ କରିଛି। ଲୁଟେରାମାନଙ୍କ ମଧ୍ୟରୁ ୩ ଜଣ ସୋର ଅଂଚଳର ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ହେଉଛି ଉତ୍ତର ପ୍ରଦେଶ ନିବାସୀ। ପୁଲିସ ଲୁଟେରାଙ୍କ ଠାରୁ ୩ଟି ବାଇକ୍‌, ଗୋଟିଏ ବୋଲେରୋ ସହିତ ଅନ୍ୟାନ୍ୟ ଜିନିଷ ଜବତ କରିଛି।

ପୁଲିସ ସୋର ଥାନା ଅନ୍ତର୍ଗତ କୁରୁଦା ଗ୍ରାମର ସ୍ୱର୍ଗତ ଦାମୋଦର ମହାନ୍ତିଙ୍କ ପୁଅ ଅଜୟ କୁମାର ମହାନ୍ତି ଓରଫ ଅଜୁ (୨୬), ଖନ୍ତାପଡ଼ା ଥାନା ଅନ୍ତର୍ଗତ ତଳପଡା ଗ୍ରାମର ଉଦୟ ମଲ୍ଲିକଙ୍କ ପୁଅ ଭାସ୍କର ମହାଲିକ ଓରଫ ଭାଷିଆ (୪୫) ବର୍ଷ, ନୂଆପୁର ଗ୍ରାମର କମଳାକାନ୍ତ ଦାସଙ୍କ ପୁଅ ପ୍ରଶାନ୍ତ କୁମାର ଦାସ (୩୦) ଓ ଉତ୍ତରପ୍ରଦେଶର ଶାହଜହାପୁର ଜିଲ୍ଲାର ଜାଫରବାଦ ଥାନା କୀରତପୁର ଗ୍ରାମର ରାମ ସିଙ୍ଗର ଦୁବେଙ୍କ ପୁଅ ଦିପକ କୁମାର ଦୁବେ (୨୬) ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର