ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ଅଂଚଳରେ ଆଜି ସନ୍ଧ୍ୟାରେ ଏକ ବଡ଼ଧରଣର ଡକାୟତି ଘଟି ଯାଇଛି। ଦୁର୍ବୃତ୍ତମାନେ ଅଳଙ୍କାର ଦୋକାନୀଙ୍କ ହାତକୁ ହାଣିବା ସହିତ ତାଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଗହଣା ମାଲିକଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଞ୍ଚାୟତର ରିଆ ଗ୍ରାମର ଦିବାକର ସାହୁଙ୍କ ପୁଅ ପ୍ରଦୀପ ସାହୁ (୪୨) ମାର୍କୋଣା ବସ୍ଷ୍ଟାଣ୍ଡ ନିକଟରେ ଥିବା ନିଜର ବାବାମଣୀ ଜୁଏଲାରି ଦୋକାନ ବନ୍ଦ କରି ଶୁକ୍ରବାର ରାତି ୯ଟା ସମୟରେ କାର ଯୋଗେ ଘରକୁ ଫେରୁଥିଲେl ଘରକୁ ପ୍ରବେଶ କରିବା ପୂର୍ବରୁ ଗାଡ଼ିରୁ ଗହଣା ବ୍ୟାଗ କାଢ଼ି ଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ ଛଅ ଜଣ ମୁଖା ପିନ୍ଧିଥିବା ଦୁର୍ବୃତ୍ତ ପିଛା କରି ଆସି ଗାଡିକୁ ଭାଙ୍ଗିବା ସହ ଭୁଜାଲିରେ ଡାହାଣ ହାତକୁ ହାଣି ଥିଲେ। ପ୍ରଦୀପ ନିକଟରେ ଥିବା ପ୍ରାୟ ଏକ କିଲୋ ଗ୍ରାମର ସୁନାରୁପା ଅଳଙ୍କାର ଛଡ଼ାଇ ନେଇ ପଳାଇ ଯାଇଥିଲେl
ପ୍ରଦୀପ ସାହୁ ମାର୍କୋଣା ବସ୍ଷ୍ଟାଣ୍ଡ ନିକଟରେ ଥିବା ନିଜର ବାବାମଣୀ ଜୁଏଲାରି ଦୋକାନ ବନ୍ଦ କରି ଶୁକ୍ରବାର ରାତି ୯ଟା ସମୟରେ କାର ଯୋଗେ ଘରକୁ ଫେରୁଥିଲେl ଘରକୁ ପ୍ରବେଶ କରିବା ପୂର୍ବରୁ ଗାଡ଼ିରୁ ଗହଣା ବ୍ୟାଗ କାଢ଼ି ଥିଲେ।
ପ୍ରଦୀପଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସିମୁଳିଆ ପୁଲିସ ଖବର ପାଇ ଘଟଣାର ତଦନ୍ତ କରୁଛି।
Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/19/simulia-2025-09-19-23-06-01.jpg)