ବାଲେଶ୍ୱର: ଆଜି ବାଲେଶ୍ୱର ଗସ୍ତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ । ଏହି ଗସ୍ତ ଅବସରରେ ପ୍ରଥମେ ସୁତେଇ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଥିଲେ ରାଜ୍ୟପାଳ। ଏଠାରେ କୁନି କୁନି ପିଲାଙ୍କ ସହ ବେଶ କିଛି ସମୟ କାଟିଛନ୍ତି। ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କ ସହ କଥା ହୋଇ ଚକୋଲେଟ୍ ବାଣ୍ଟିଛନ୍ତି। ସେଠାରୁ ବାହାରି କ୍ଷୀରଚୋରା ଗୋପିନାଥ ମନ୍ଦିର ଯାଇଥିଲେ ରାଜ୍ୟପାଳ ।

Advertisment

ଠାକୁରଙ୍କ ଦର୍ଶନ କରିବା ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଆଲୋଚନା କରିଛନ୍ତି। ଏହାପରେ ରେମୁଣା ଡାକ୍ତରଖାନାରେ ପହଞ୍ଚିଥିଲେ ରାଜ୍ୟପାଳ ରଘୁବର ଦାସ। ଡାକ୍ତରଖାନାରେ ରୋଗୀଙ୍କୁ ଭେଟି ଭଲମନ୍ଦ ବୁଝିଥିଲେ ରାଜ୍ୟପାଳ। ଡାକ୍ତରଖାନାରେ ଥିବା ଆଶାକର୍ମୀଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ।