ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଜୟନଗର ଗାଁରେ ଘର ଛାତ ଉପରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।, ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଜୟନଗର ଗ୍ରାମର ଭଗୀରଥ ପରିଡ଼ାଙ୍କ ସ୍ତ୍ରୀ ମିଲି ପରିଡ଼ାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଘର ଛାତ ଉପରୁ ଭୋଗରାଇ ପୁଲିସ ଜବତ କରିଛି। ପରିବାର ଲୋକେ ଏହାକୁ ଆତ୍ମହତ୍ୟା ବୋ୍ଲି କହୁଥିବା ବେଳେ ବାପଘର ଲୋକେ ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଥିବା ବେଳେ ପୁଲିସର ତଦନ୍ତ ପରେ ଗୁମର ଫିଟିବ ବୋଲି କୁହାଯାଉଛି।