ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ : ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତିର ସନ୍ଧାନ

ବାଲେଶ୍ବର/ ବାଲିଆପାଳ/ ବୋଳଂ/କାଳୀପଦା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଜଣେ ପ୍ରଧାନଶିକ୍ଷକଙ୍କ ଘର, ଅଫିସ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିବାବେଳେ ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତିର ସନ୍ଧାନ ମିଳିଛି। ସମ୍ପୃକ୍ତ ପ୍ରଧାନଶିକ୍ଷକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲୀ ହରପ୍ରସାଦ ନୋଡାଲ ହାଇସ୍କୁଲ ମନୋରଞ୍ଜନ ବାରିକ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ବା‌େଲଶ୍ବର ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତିଙ୍କ ନିର୍ଦେଶ କ୍ରମେ ୫ଟି ଟିମ୍‌ ଗଠନ ହୋଇ ପ୍ରଧାନଶିକ୍ଷକ ଶ୍ରୀ ବାରିକ୍‌ଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ୬ ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ ପରେ ଶ୍ରୀ ବାରିକଙ୍କ ନାଁରେ ସ୍ଥାବର ଅସ୍ଥାବର ସମ୍ପତ୍ତି ମିଶି ୯୬.୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିବା‌ କୁହାଯାଇଛି। ସମ୍ପୃକ୍ତ ପ୍ରଧାନଶିକ୍ଷଙ୍କ ନାଁରେ ହୋଇଥିବା ୭୯/୧୮ରେ ଫାଇଲ୍‌ ମୂଳେ ଏହି ଚଢ଼ଉ କରାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର