ରାଜ୍ୟରେ ବଢୁଛି ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କଠାରେ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କଠାରେ ସଂକ୍ରମଣ ଦେଖିବାକୁ ମିଳିଛି। ପ୍ରଥମେ କୋରାପୁଟ ଜିଲ୍ଲାରେ ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଏହାପରେ ବାଲେଶ୍ବରର ଦୁଇଜଣ ନର୍ସଙ୍କଠାରେ କରୋନା ସଂକ୍ରମଣ ଦେଖା ଦେଇଥିଲା।ଏନେଇ  ସେଠାରେ କାର୍ଯ୍ୟରତ ନର୍ସମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା। ସେମାନଙ୍କୁ ବ୍ୟକ୍ତିିଗତ ସୁରକ୍ଷା ଉପକରଣ  ଯୋଗାଇ ଦେବାକୁ ଦାବି କରି କାମବନ୍ଦ ଆନ୍ଦୋଳନ ବି କରିଥିଲେ।

କଟକ ସହରର ଜଣେ ଡାକ୍ତର ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲାରେ ବି ସମାନ ଘଟଣା ନଜରକୁ ଆସିଛି। ପ୍ରାପ୍ତ ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକରୁ ୩ଜଣ ଓ ପଟ୍ଟାମୁଣ୍ଡାଇ ବ୍ଲକରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଖବର ମିଳିଛି। ଏମାନଙ୍କ ଭିତରେ ସରକାରୀ ଉଚ୍ଚ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରର ସୁଇପର୍ ଥିବା ଜଣାଯାଇଛି। ତା’ଛଡ଼ା ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ସ୍ବାମୀ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଖବର ମିଳିଛି।

ଆଜି କେନ୍ଦ୍ରାପଡ଼ାର ୧୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ୧୨ ଜଣ ଗୁଜରାଟ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଫେରନ୍ତା, ବାକି ୬ ଆକ୍ରାନ୍ତଙ୍କ ମଧ୍ୟରେ ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି ଓ ସଫେଇ କର୍ମଚାରୀ ଅଛନ୍ତି। ସେମାନେ ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ନିୟୋଜିତ ଥିଲେ ବୋଲି ସେ ସୂଚନା ଦେଇଛନ୍ତି।
ଏମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲେ ବି ଏହି ଯୋଦ୍ଧାମାନଙ୍କଠାରେ ସଂକ୍ରମଣ ବଢୁଥିବା ଚିନ୍ତାର ବିଷୟ ହୋଇଛି। ଏହାକୁ ନେଇ ରାଜ୍ୟରେ କରୋନା ମୁକାବିଲାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀମାନଙ୍କ ଚିନ୍ତା ବଢିବା ବି ସ୍ବାଭାବିକ। ନିକଟରେ

ସମ୍ବନ୍ଧିତ ଖବର