ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରି ବିଷ ପିଇଲେ ସ୍ୱାମୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଔପଦା ଥାନା ସୋରିଷପାଳ ଗ୍ରାମର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କର ଚରିତ୍ର ଉପରେ ସନ୍ଦେହ କରି ବିଷ ପିଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ ବ୍ୟକ୍ତିଜଣକ କିଛିଦିନ ଧରି ନିଜ ପତ୍ନୀଙ୍କର ଚରିତ୍ର ଉପରେ ସନ୍ଦେହ କରି ଆସୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳିଝଗଡ଼ା ଲାଗିରହିଥାଏ।

ବିଷ ପିଇଥିବା ବ୍ୟକ୍ତିଜଣକ ରାଜମିସ୍ତ୍ରୀ କାମ କରନ୍ତି। ଗତକାଲି କାମସାରି ଘରକୁ ଫେରିଥିବା ବେଳେ ଘରେ ତାଙ୍କ ପତ୍ନୀଙ୍କ ସହ ଆଉଜଣେ ଯୁବକ ରହିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ବିଷ ପିଇଦେଇଥିବା ଅଭିଯୋଗ କରିଛନ୍ତି। ପଡ଼ୋଶୀ ଲୋକଙ୍କ ଦ୍ଵାରା ସେ ଔପଦା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ ସୋର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏ ବାବଦରେ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ତାଙ୍କ ଘରକୁ ଯାଇ ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର