ନୀଳଗିରି: ନୀଳଗିରି ବ୍ଲକ୍‌ ଜାମୁଡ଼ିହା ପଞ୍ଚାୟତ ମଲ୍ୟାଣୀ ଗ୍ରାମର ପୀତାମ୍ବର ବାରିକ ଏବଂ ତାଙ୍କ ପତ୍ନୀ କୁଞ୍ଜଲତା ବାରିକ (୫୨) ହେବ ‘ସମ୍ବାଦ’ ଖବରକା​ଗଜ ବିତରକ ଭାବେ କାମ କରନ୍ତି। ତେବେ କୁଞ୍ଜଲତା ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ସୋମବାର ଅପରାହ୍ନରେ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ ତାଙ୍କୁ ପ୍ରଥମେ ନୀଳଗିରି ଏବଂ ପରେ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କୁଞ୍ଜଲତାଙ୍କ ପରଲୋକ ହୋଇଯାଇଛି।

Advertisment

ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ପୀତାମ୍ବର, ଦିଅର ଗଦାଧର, ନଣନ୍ଦ ପାର୍ବତୀ, ଯାଆ ତିଳୋତ୍ତମା ଓ ମନୋରମା, ପୁତୁରା ରମିଆ ରଂଜନ, ଲଳିତ, ରାଜେଶ ଓ ସୌମ୍ୟ, ପୁତୁରା ବୋହୂ ପ୍ରିୟଙ୍କା ପ୍ରମୁଖ ଉପସ୍ଥିତ ଥିଲେ।  ଗାଁ ମାଶାଣିରେ କୁଞ୍ଜଲତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତୁରା କଟିଲ ମୁଖାଗ୍ନି ଦେଇଛନ୍ତି। ସ୍ବର୍ଗତା କୁଞ୍ଜଲତା ଜଣେ ପରୋପକାରୀ ଓ ଧର୍ମପ୍ରାଣା ମହିଳା ଥିଲେ।