ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ସାହସପୁରରେ ନିକଟରେ ଜନୈକ ଚୋରା ମଦ ବେପାରୀ ଏକ ଷଣ୍ଢକୁ ଧକ୍କା ଦେଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବାର ଖବର ମିଳିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ତିନିଟି ମୋଟର ସାଇକେଲ ଯୋଗେ ୩ ଜଣ ଲୋକ ବାଲେଶ୍ୱରରୁ ଧାମରା ଅଭିମୁଖେ ଯାଉଥିଲେ । ଏହି ସମୟରେ ସାହସପୁର ନିକଟରେ ଗୋଟିଏ ମୋଟର ସାଇକେଲ ରାସ୍ତାରେ ଥିବା ଏକ ଷଣ୍ଢକୁ ଧକ୍କା ଦେଇଥିଲା । ଫଳରେ ମୋଟର ସାଇକେଲ ଚାଳକ ତଳେ ପଡ଼ିଯାଇଥିଲା । ସ୍ଥାନୀୟ ଲୋକ ଆସି ଉଦ୍ଧାର କରିବା ବେଳକୁ ସେମାନେ ମଦ ଚୋରା ଚାଲାଣକାରୀ ବୋଲି ଜାଣିବାକୁ ପାଇଥିଲେ ।

Image result for khantapada police station photo-twitter

ଏହାପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଉଭୟଙ୍କୁ କାବୁ କରି ଭଲ କରି ମାଡ଼ ଦେଇଥିଲେ । ଖାଲି ସେତିକି ନୁହେଁ, ଏହା ପରେ ଲୋକେ ସେଦୁଇଜଣଙ୍କୁ ସୋରର ଅବକାରୀଙ୍କ ଜିମା ଦେଇଥିଲେ। ଏହି ସମୟରେ କିନ୍ତୁ ଅନ୍ୟଜଣକ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରେ ୪ ଶହ ଲିଟର୍‌ ଚୋରା ମଦ ଜବତ କରାଯାଇଛି ।  ଥାନାରେ ସେମାନଙ୍କୁ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।