ଅବକାରୀ ଚଢ଼ାଉ: ନୀଳଗିରିରେ ୧୭୯ ଲିଟର ଦେଶୀ ମଦ ଜବତ, ୫ ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗ ବେଆଇନ ମଦ ପ୍ରସ୍ତୁତି ଉପରେ ମଙ୍ଗଳବାର ଚଢ଼ାଉ କରି ୧୭୯ ଲିଟର ଦେଶୀ ମଦ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି। ନୀଳଗିରି ଘାଟଘରସାହି ଗ୍ରାମର ସ୍ୱର୍ଗତ ଅନ୍ତା ରାଉତର ପୁଅ ଗୟାଧର ରାଉତ(୫୦)ଙ୍କ ଠାରୁ ୬୦ଲିଟର ଓ ଔପଦା ବ୍ଲକର ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ଭୁରିଆପାଟଣା ଗ୍ରାମର ଧିରେନ୍ଦ୍ର ମଲ୍ଲିକ(୫୦)ଙ୍କ ଠାରୁ ୯ଲିଟର, ଦ୍ୱାରିକା ଗ୍ରାମର ବୁଦ୍ଧିଆ ସିଂହ(୩୦)ଙ୍କ ଠାରୁ ୧୫ଲିଟର ଜବତ ହୋଇଛି। ସେହିଭଳି ନୀଳଗିରି ଥାନା ଛକ ଅନ୍ତର୍ଗତ ବଡ଼ବିଲ ଗ୍ରାମର ଗଜେନ୍ଦ୍ର ବିଶ୍ୱାଲ(୨୭)ଙ୍କ ଠାରୁ ୭୦ ଲିଟର ଦେଶୀ ମଦ ସହ ଏକ ହିରୋ ମୋଟର ସାଇକିଲ(ଓଡ଼ି ୦୧କେ ୫୮୫୫) ଜବତ ହୋଇଛି। ନିମପାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂ(୩୨)ଙ୍କ ଠାରୁ ୨୫ ଲିଟର ମଦ ଜବତ କରିଛି ଅବକାରୀ ବିଭାଗ। ଅବକାରୀ ସବ୍‌ଇନ୍ସପେକ୍ଟର ଲକ୍ଷ୍ୟମାଧବ ପ୍ରଧାନ, ମୋବାଇଲ ସ୍କାର୍ଡ ସବ୍‌-ଇନ୍ସପେକ୍ଟର ତ୍ରିଲୋଚନ ସ୍ୱାଇଁ, ବ୍ରଜମୋହନ ମଲ୍ଲିକ, ଜୟନ୍ତ ଆଚାର୍ଯ୍ୟ, ଜୟମାଧବ ଦାସ ପଟ୍ଟନାୟକ, ପ୍ରହଲ୍ଲାଦ ବିଶ୍ୱାଳ, ହୃଷିକେଶ ବାରିକ, ମଙ୍ଗଳ ସିଂ, କୁମୁଦିନୀ ସ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର