ନୀଳଗିରି: ୫୦ଲିଟର ମହୁଲି ମଦ ଓ ବାଇକ ଜବତ, ୨ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅବକାରୀ ବିଭାଗର କର୍ମଚାରୀମାନେ ଶନିବାର ୫୦ଲିଟର ମହୁଲି ମଦ ଓ ବାଇକ(ଓଆର ୦୧ଆର ୨୧୭୩) ଜବତ କରିଛନ୍ତି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କର୍ମଚାରୀମାନେ ମିରିଗିଣି ଗାଁ ମୁଣ୍ଡରେ ନୀଳଗିରି ବଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ନମ୍ବର ୨ ଅନ୍ତର୍ଗତ ଘାଟଘରସାହିର ମୁରଲୀଧର ବେହେରାଙ୍କ ପୁଅ ଦୁର୍ଗା ଶଙ୍କର ବେହେରା(୨୬) ଓ ଶିଆଡ଼ିମାଳ ଗ୍ରାମର ଅନିରୁଦ୍ଧ ସାଇବାବାଙ୍କ ପୁଅ ଅଜୟ କୁମାର (୩୫)ଙ୍କ ଉପରକୁ ଚଢ଼ାଉ କରିଥିଲେ। ଅଭିଯୁକ୍ତମାନେ ପୋଡ଼ାସୋଲରୁ ବାଇକରେ ଏକ ଟ୍ୟୁବ ମାଧ୍ୟମରେ ମଦ ଆଣି ବ୍ୟବସାୟ କରୁଥିଲେ।

ଅବକାରୀ ଇନ୍‌ସପେକ୍ଟର କରୁଣା ଶଙ୍କର, ଏଏସଆଇ ବ୍ରଜମୋହନ ମଲ୍ଲିକ, ହାବିଲଦାର ଜୟମାଧବ ପଟ୍ଟନାୟକ ଚଢ଼ାଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର