ବାଲେଶ୍ବର: ବ୍ୟବସାୟୀଙ୍କଠାରୁ ସଶସ୍ତ୍ର ଡକାୟତି ହୋଇଛି। ଭୁଜାଲିରେ ହାଣି ତାଙ୍କଠାରୁ ନେଇଗଲେ ଏକ ଲକ୍ଷ ଅଶୀ ହଜାର ଟଙ୍କା। ବସ୍ତା ଥାନା ମଥାନୀ ଜାତୀୟ ରାଜପଥ ଗଳା ପୋଲ ନିକଟରୁ ଆଜି ସକାଳ ୭ଟା ବେଳେ ନିଜର ବ୍ୟାବସାୟିକ ସଉଦା ଆଣିବାକୁ ଯିବାବେଳେ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟିନେଇଥିଲେ ଦୁର୍ବୃତ୍ତ।

Advertisment

ଘଟଣାରୁ ପ୍ରକାଶ ବ୍ୟବସାୟୀ ପଞ୍ଚାନନ ମହାନ୍ତି ତେଜରାତି ଦୋକାନ ପାଇଁ ଜଳେଶ୍ଵରକୁ ସଉଦା ପତ୍ର କିଣିବା ପାଇଁ ବାହାରିଥିଲେ। ତାଙ୍କୁ ଲୁଟିବା ପାଇଁ ପୂର୍ବରୁ ଜାଲ ବିଛାଇଥିଲେ ଦୁର୍ବୃତ୍ତ। ସେମାନେ ଦୋକାନଠାରୁ ମାତ୍ର ଦୁଇ କିଲୋମିଟର ମଥାନୀ ଗୋଳା ପୋଲ ନିକଟରେ ପୂର୍ବରୁ ଛକି ରହିଥିଲେ। ସଶସ୍ତ୍ର ଡକାୟତମାନେ ତାଙ୍କୁ ପ୍ରଥମେ ଅଟକାଇ ଭୁଜାଲି ଦେଖାଇ ଟଙ୍କା ବାହାର କରିବାକୁ କହିଥିଲେ। ବ୍ୟବସାୟୀଜଣକ ବିରୋଧ କରିବାରୁ ଉପସ୍ଥିତ ଚାରିଜଣ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ପଞ୍ଚାନନଙ୍କଠାରୁ ନଗଦ ଏକ ଲକ୍ଷ ଅଶୀ ହଜାର ଟଙ୍କା ନେଇଯାଇଥିଲେ। ଭୁଜାଲି ଆକ୍ରମଣରେ ପଞ୍ଚାନନଙ୍କ ହାତ ଛାତି ପାର୍ଶ୍ଵରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକ ବସ୍ତା ଡାକ୍ତରଖାନାକୁ ନେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚାଲାଇଥିବା ଦେଖିବାକୁ ମିଳିଛି।