ଭୁଜାଲି ଦେଖାଇ ହାତଗୋଡ଼ ବାନ୍ଧି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ସୋର: ସୋର ଥାନା ସାଜନପୁର ପଞ୍ଚାୟତ ଅଙ୍କବ୍ରହ୍ମପୁର ଗ୍ରାମର ମନୋଜ ନାୟକଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ମନୋଜଙ୍କ ପରିବାର ଲୋକେ ଖାଇପିଇ ଶୋଇବାକୁ ଯାଇଥିଲେ। କିନ୍ତୁ ବିଳମ୍ବିତ ରାତିରେ ୫ ରୁ ୬ ଜଣ ଦୁର୍ବୃତ୍ତ ଘର ଗ୍ରିଲ ଭାଙ୍ଗି ଘର ଭିତରକୁ ପଶିବା ସହିତ ମନୋଜଙ୍କ ବେକରେ ଭୁଜାଲି ଲଗାଇ ପରିବାର ଲୋକଙ୍କୁ ଭୟଭୀତ କରାଇଥିଲେ।

ପରେ ପରିବାର ଲୋକ ଓ ମନୋଜଙ୍କ ହାତଗୋଡ଼ ବାନ୍ଧି ଘର ଭିତରେ ଥିବା ଗଡରେଜରୁ ତିନି ଭରି ସୁନା ଓ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ଆଜି ସକାଳେ ମନୋଜଙ୍କ ପରିବାର ତରଫରୁ ସୋର ଥାନାରେ ଲିଖିତ ଅଭିଯୋଗ ହେବା ପରେ ସୋର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର