ବନ୍ଧୁକ ଦେଖାଇ କିସ୍କୋ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ଅନ୍ତର୍ଗତ ଘଡେଇ ସାହି ଛକ ନିକଟରେ ଜଣେ ମିନି ବ୍ୟାଙ୍କ ମାଲିକଙ୍କ ନିକଟରୁ ବନ୍ଧୁକ ଦେଖାଇ ୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ଅଇଁରୀ ଗ୍ରାମର ମନୋରଞ୍ଜନ ବାରିକ ବାଲିଛନ୍ଦା ଘାଟ ନିକଟରେ କିଓସ୍କ ବ୍ୟାଙ୍କ କରିଛନ୍ତି। ଆଜି ସକାଳେ ମନୋରଞ୍ଜନ ଗ୍ରାହକମାନଙ୍କ ପାଇଁ ଉଦ୍ଦିଷ୍ଟ ୫ ଲକ୍ଷରୁ ଅଧିକ ଟଙ୍କା ଏବଂ ଅନ୍ୟ କାଗଜପତ୍ର ଧରି ବ୍ୟାଙ୍କକୁ ଯାଉଥିବା ବେଳେ ଘଡେଇ ସାହି ଛକ ନିକଟରେ ୨ଟି ବାଇକରେ ୫ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇ ଫାଙ୍କା ଗୁଳି ଚାଳନା କରି ତାଙ୍କ ନିକଟରେ ଥିବା ଟଙ୍କା ଏବଂ କାଗଜପତ୍ର ଥିବା ବ୍ୟାଗ ଟିକୁ ନେଇ ଦ୍ରୁତ ଗତିରେ ସୋର ଅଭିମୁଖେ ପଳାଇ ଯାଇଥିଲେ। ଘଟଣାସ୍ଥଳରେ ସୋର ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର