ନୀଳଗିରି: ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ। ଉତ୍ତର ଓଡ଼ିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ବର ଶୈବପୀଠର ଦାନହୁଣ୍ଡି କାଟି ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ମୁତାବକ ଆଜି ସକାଳ ୭ ଟା ସମୟରେ ମନ୍ଦିର ଖୋଲା ହେବାରୁ ମନ୍ଦିରର କର୍ମଚାରୀମାନେ ହୁଣ୍ଡି ବାକ୍ସ କଟାଯାଇଥିବାର ଦେଖି ପଞ୍ଚଲିଙ୍ଗେଶ୍ବର ଟ୍ରଷ୍ଟ ବୋର୍ଡର ମ୍ୟାନେଜରଙ୍କୁ ଅବଗତ କରିଥିଲେ।

Advertisment

publive-image

ଟ୍ରଷ୍ଟ ବୋର୍ଡ ମ୍ୟାନେଜର ଘଟଣା ସ୍ଥଳକୁ ଯିବା ସହିତ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ୬ ମାସ ହେବ ମନ୍ଦିର ହୁଣ୍ଡି ବାକ୍ସରୁ ଟଙ୍କା କଢାଯାଇନଥିଲା ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା କହିଛନ୍ତି ପଞ୍ଚଲିଙ୍ଗେଶ୍ବର ଟ୍ରଷ୍ଟ ବୋର୍ଡ ମ୍ୟାନେଜର ଶିଶିର ମିଶ୍ର। ଘଟଣା ପାଇବା ପରେ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।