ଜଳେଶ୍ୱର: ଜଳେଶ୍ବର ବ୍ୟାଙ୍କରୁ ବଡଧରଣର ଲୁଟ୍ ଅଭିଯୋଗ ହୋଇଛଇ। ଜଳେଶ୍ୱରର ଚନ୍ଦନେଶ୍ୱରରେ ଥିବା ୟୁନିୟନ ବ୍ୟାଙ୍କରେ ଏହି ଲୁଟ୍ ହୋଇଥିବା ସୂଚନା ମିଳିଛି । ୮ ଜଣ ଦୁବୃର୍ତ୍ତ ବନ୍ଧୁକ ମୁନରେ ଭୟଭୀତ କରାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଓ ସୁନା ଲୁଟି ନେଇଥିବା ସୂଚନା ମିଳିଛି । ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ସବୁ ଟଙ୍କା ଓ ସୁନା ଲୁଟ୍ କରି ଛୁ ମାରିଛନ୍ତି ଦୁବୃର୍ତ୍ତ ।

Advertisment

ଘଟଣାସ୍ଥଳରେ ଜଳେଶ୍ୱର ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ତେବେ ୮ ଦୁବୃର୍ତ୍ତ ଲୁଟ୍ କରିବା ପରେ କେଉଁଆଡେ ଫେରାର ହୋଇ ଯାଇଛନ୍ତି। ପୁଲିସ ଆଖପାଖରେ ଥିବା ସିସିଟିଭି ଯାଞ୍ଚ କରି ଦୁବୃର୍ତ୍ତଙ୍କୁ ଖୋଜିବାକୁ ପ୍ରାରମ୍ଭିକ ପ୍ରୟାସ ଆରମ୍ଭ କରିଛି । ଏହି ଲୁଟ୍ ପଛରେ ବ୍ୟାଙ୍କର କର୍ମଚାରୀଙ୍କର ହାତ ଅଛି କି ନାହିଁ ତାହାର ଯାଞ୍ଚ ଆରମ୍ଭ କରିଛି ପୁଲିସ । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚଳାଇଛି ପୁଲିସ । ଦିନ ଦ୍ୱିପ୍ରହରରେ ଏଭଳି ଲୁଟ୍ ହୋଇଥିବାରୁ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି ।