ଧରାପଡ଼ିଲେ ପ୍ରେମୀଯୁଗଳ, ‘ଲଭ୍‌ ଜିହାଦ୍‌’ ସନ୍ଦେହ !

ବାଲେଶ୍ବର : ସୋସିଆଲ୍‌ ମିଡିଆରେ ବନ୍ଧୁତା ପରେ ଦିଲ୍ଲୀର ଜଣେ ଭିନ୍ନ ଧର୍ମର ଯୁବକଙ୍କ ସହ ବାଲେଶ୍ବର ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ମଧ୍ୟରେ ଗଢ଼ି ଉଠିଲା ପ୍ରେମସଂପର୍କ। ଉଭୟ ବିବାହ କରି ଦିଲ୍ଲୀ ଚାଲିଯିବାକୁ ଯୋଜନା ମଧ୍ୟ କରିଥିଲେ। ତେବେ ଦୁହେଁ ଫେରାର୍‌ ପୂର୍ବରୁ ପୁଲିସ ଯୁବକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ନିକଟରେ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଜଣେ ଯୁବତୀ ‘ଲଭ୍‌ ଜିହାଦ୍‌’ର ଶିକାର ହେବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବାବେଳେ ବାଲେଶ୍ବରର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ସହଦେବଖୁଣ୍ଟା ଥାନାରୁ ମିଳିଥିବା ସୂଚନା ମୁତାବକ, ଫେସ୍‌ବୁକ୍‌ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୋଜନା ମୁତାବକ ଉଭୟ ଆଜି ଅର୍ଥାତ ମଙ୍ଗଳବାର ଦିନ କ‌ୋର୍ଟରେ ବିବାହ କରି ଦିଲ୍ଲୀ ଯାଇଥାନ୍ତେ। ଏଥିପାଇଁ ଯୁବକଜଣକ ଗତ ୪ ଦିନ ତଳୁ ଆସି ବାଲେଶ୍ବରର ଏକ ହୋଟେଲ୍‌ରେ ରହିଥିବା ବେଳେ ଯୁବତୀ ମଧ୍ୟ ଘର ଛାଡ଼ି ତାଙ୍କ ସହ ହୋଟେଲ୍‌ରେ ରହିଥିଲେ। ଦୁହେଁ ଆଜି କୋର୍ଟକୁ ବିବାହ ପାଇଁ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଘଟଣା ବିଷୟରେ ଜାଣିବାକୁ ପାଇ ଉଭୟଙ୍କୁ କୋର୍ଟ ପରିସରରେ ଅଟକ ରଖି ପଚରାଉଚରା କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିବା ବେଳେ ସହଦେବଖୁଣ୍ଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମୀଯୁଗଳଙ୍କୁ ଥାନାକୁ ଆଣିଥିଲା। ଉଦ୍ଧାର ଯୁବତୀଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମା ଦେଇଛି ପୁଲିସ। ଅନ୍ୟପଟେ ‘ଲଭ୍‌ ଜିହାଦ୍‌’ ସନ୍ଦେହରେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର