ବାଲେଶ୍ୱର : ଟ୍ରେନ୍ ଟିକେଟ୍ରେ ବି କଳାବଜାରୀ! ଦଲାଲମାନେ ଟ୍ରେନ୍ ଟିକକ କିଣି ତାହାକୁ ଚଢ଼ାଦରରେ ଯାତ୍ରୀକୁ ବିକ୍ରି କରୁଛନ୍ତି। ବାଲେଶ୍ୱରରେ ଏହିଭଳି ଏକ ର୍ୟାକେଟ୍ ସକ୍ରିୟ ହୋଇଉଠିଛି। ଆଜି ସ୍ୱତନ୍ତ୍ର ଟାସ୍କଫୋର୍ସ ଚଢ଼ାଉ କରି ପଶ୍ଚିମବଙ୍ଗର ଜଣେ ଯୁବକକୁ ଗିରଫ କରିଛି। ତବେ ର୍ୟାକେଟ୍ର ଅନ୍ୟମାନେ ଖସି ପଳାଇବାକୁ ସମର୍ଥ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗିରଫ ଯୁବକର ନାଁ କ୍ରିଷ୍ଣକାନ୍ତ ଦାସ(୨୫)। ଘର ପଶ୍ଚିମବଙ୍ଗ ମହୋନପୁର ଥାନା ଅଧୀନ ନୀଲଦା। ଆଜି ଦ୍ୱିପ୍ରହରରେ ଏହି ରେଳଷ୍ଟେସନର ମାଲଗୋଦାମ ପଟେ ଥିବା ରେଳ କାଉଣ୍ଟରରୁ କ୍ରିଷ୍ଣକାନ୍ତ ଟିକେଟ୍ କାଟୁଥିବା ବେଳେ ଆର୍ପିଏଫ୍ ଓ ଖଡ଼ଗପୁର ଟାସ୍କ ଟିମ୍ ସେଠାରେ ମିଳିତ ଚଢ଼ଉ କରି ତା’କୁ କାବୁ କରିଥିଲେ। ତା’ ନିକଟରୁ ୧୯ଟି ରିଜର୍ଭେସନ ଟିକେଟ୍ ଜବତ କରାଯାଇଥିଲା। ଯାହାର ଦାମ୍ ୮୨ହଜାର ୧୩୫ଟଙ୍କାର ବୋଲି ଜଣାପଡ଼ିଛି। ଏଥିସହ ୩୨୩୦ ଟଙ୍କା ଓ କିଛି ରିଜର୍ଭେସନ ଫର୍ମ ମଧ୍ୟ ତା’ଠାରୁ ଜବତ ହୋଇଥିଲା। ତା’ ବିରୋଧରେ ୫୨୯/ ୧୮ନଂ. ରେ ମାମଲା ରୁଜୁ କରି ୧୪୩ ରେଲେଓ୍ଵ ଆକ୍ଟ ମୂଳେ କୋର୍ଟଚାଲାଣ କରାଯାଇଛି।
ପୁଲିସ୍ର କହିବା କଥା, କ୍ରିଷ୍ଣକାନ୍ତ ର୍ୟାକେଟ୍ର ଅନ୍ୟ ସହଯୋଗୀଙ୍କୁ ଲଗାଇ ୧୯ଟି ଟିକେଟ କ୍ରୟ କରିଥିଲା। ସେ ଧରାପଡ଼ିଥିବାବେଳେ ଅନ୍ୟମାନେ ଖସି ପଳାଇ ଯିବାକୁ ସକ୍ଷମ ହୋଇଛି।