ଟ୍ରାକ୍ଟର ପଛରେ ପିଟିହୋଇ ବାଇକ୍‌ ଅରୋହୀ ମୃତ

ସାରସକଣା: ଝାରପୋଖରୀଆ ଥାନା ଧାଙ୍ଗୁଡ଼ିଶୋଳ ଛକ ନିକଟସ୍ଥ ସତ୍‌ସଙ୍ଗ ବିହାର ପାଖରେ ଜାତୀୟ ରାଜପଥ କଡ଼ରେ ଛିଡ଼ି ହୋଇଥିବା ଏକ ଟ୍ରାକ୍ଟର ପଛରେ ଧକ୍‌କା ଦେଇ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଝାରପୋଖରୀଆ ନିକଟସ୍ଥ ଦୀଘି ଗ୍ରାମର ସହଦେବ ପରିଡ଼ା(୬୫)। ସହଦେବ ଆଜି ଧାଙ୍ଗୁଡ଼ିଶୋଳରୁ ମାଂସ କିଣି ୧୮ନଂ ଜାତୀୟ ରାଜପଥରେ ଘରକୁ ଫେରୁଥିବା ବେ‌ଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଟ୍ରାକ୍ଟର ପଛରେ ଧକ୍‌କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଝାରପୋଖରୀଆ ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର