ନୀଳଗିରି: କୌଶଳ କରି ଭାଲୁ ଆକ୍ରମଣରୁ ବର୍ତ୍ତିଲେ ଯୁବକ , ଗୁରୁତର ଅବସ୍ଥାରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି। ଏଭଳି ଏକ ଘଟଣା ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ କେଶୁରା ଗ୍ରାମରେ ଦେଖିବାକୁ ମିଳିଛି।

Advertisment

ସୂଚନା ମୁତାବକ ଭୋର ୫ଟା ସମୟରେ ଉକ୍ତ ଗ୍ରାମର ଗଣିଆ ଦଳେଇଙ୍କ ପୁଅ ଭାସ୍କର ଦଳେଇ (୫୫) ଶୌଚ ହେବା ପାଇଁ ଯିବା ସମୟରେ ମହାଦେବଙ୍କ ମନ୍ଦିର ନିକଟରେ ତିନିଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ହେଲେ ରଖେ ହରି ତ ମାରେ କିଏ! ତିନିଭାଲୁଙ୍କ ସହିତ ଏକାକୀ ଅଧଘଣ୍ଟା ଲଢି ନିଜର ଜୀବନ ବଞ୍ଚାଇବା ସହିତ ଘରକୁ ଦୌଡ଼ିଥିଲେ। ପରିବାର ଲୋକେ ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଦେଖି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ମୁଣ୍ଡରେ ଓ ଦୁଇ ହାତରେ ଗଭୀର ଆଘାତ ଲାଗିଥିବାରୁ ଅବସ୍ଥା ଗୁରୁତର ରହିଛି।