ବାଲେଶ୍ବର: ବାଲେଶ୍ୱର ଗସ୍ତରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଆଜି ସକାଳେ ମନ୍ତ୍ରୀ ମଲ୍ଲିକ ବାଲେଶ୍ୱର ସହରର ବିଭିନ୍ନ ସ୍ଥାନ ବୁଲି ଉନ୍ନୟନମୂଳକ କାମଗୁଡ଼ିକର ସମୀକ୍ଷା କରୁଛନ୍ତି। ସହଦେବଖୁଣ୍ଟାରେ ଚାଲିଥିବା ଅତ୍ୟାଧୁନିକ ବସଷ୍ଟାଣ୍ଡ, ଶୋଭାରମପୁରରେ ସମ୍ପୂର୍ଣ୍ଣ ହୋଇଥିବା ରେଳ ଓଭରବ୍ରିଜ, ଅଙ୍ଗାରଗଡ଼ିଆରେ ଚାଲିଥିବା ରେଳ ଓଭରବ୍ରିଜ ଏବଂ ଆଟିଆଇ ପଡ଼ିଆରେ ଚାଲିଥିବା ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ଆଦି ସ୍ଥାନ ବୁଲି ସାରିବା ପରେ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସେ ଆଲୋଚନା କରିଛନ୍ତି। ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମଧ୍ୟ ଉପସ୍ଥିତ ରହିଛନ୍ତି।