ବାଲେଶ୍ୱର : ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଓ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ଘଟଣାରେ ଆଜି ବାଲେଶ୍ୱର ଅତିରିକ୍ତ ସେସନ୍ସ ତଥା ସ୍ୱତନ୍ତ୍ର ଜଜ୍ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରମୋହନ ଟୁଡ଼ୁକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନ୍ୟ ୨ ଅଭିଯୁକ୍ତ ୫ବର୍ଷ ଜେଲଦଣ୍ଡାଦେଶ ସହ ୭୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ଘର ବସ୍ତା ଥାନା ଅଧୀନ ନୂଆଗାଁ। ୨୦୧୩ ମସିହାରେ ଏହି ଘଟଣା ଘଟିଥିଲା। ବସ୍ତା ଓ ରୁପସା ଥାନା ମଝିରେ ନୂଆଗାଁ ପାସେଞ୍ଜର ହଲ୍ଟ ନିକଟରେ ଥିବା ଏକ ପୋଲ ତଳେ ଜଣେ ଆଦିବାସୀ ନାବାଳିକା ଓ ଚନ୍ଦ୍ରମୋହନ ଟୁଡୁ ବସିଥିଲେ। ସେଠାରେ କାର୍ତ୍ତିକ ଓ ସ୍ମୃତିରଂଜନ ପହଞ୍ଚି ସେମାନଙ୍କୁ ଶାରୀରିକ ସଂପର୍କ ରେଖିବାକୁ ବାଧ୍ୟ କରିବା ସହ ସେମାନଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ। ଗୌତମ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଏହି ଅଶ୍ଳୀଳ ଭିଡ଼ିଓ ପହଞ୍ଚବା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଏକ ମାମଲା ରୁଜ୍ଜୁ ହୋଇଥିଲା।
ନାବାଳିକାକୁ ଦୁଷ୍କର୍ମ ଓ ଭିଡିଓ ଭାଇରାଲ୍ ମାମଲା : ଅଭିଯୁକ୍ତକୁ ୧୦ ବର୍ଷ ଜେଲ
/sambad/media/post_attachments/wp-content/uploads/2018/05/jail-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)