ନାବାଳିକାକୁ ଦୁଷ୍କର୍ମ ଓ ଭିଡିଓ ଭାଇରାଲ୍‌ ମାମଲା : ଅଭିଯୁକ୍ତକୁ ୧୦ ବର୍ଷ ଜେଲ

ବାଲେଶ୍ୱର : ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଓ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍‌ ଘଟଣାରେ ଆଜି ବାଲେଶ୍ୱର ଅତିରିକ୍ତ ସେସନ୍‌ସ ତଥା ସ୍ୱତନ୍ତ୍ର ଜଜ୍‌ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରମୋହନ ଟୁଡ଼ୁକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନ୍ୟ ୨ ଅଭିଯୁକ୍ତ ୫ବର୍ଷ ଜେଲଦଣ୍ଡାଦେଶ ସହ ୭୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ଘର ବସ୍ତା ଥାନା ଅଧୀନ ନୂଆଗାଁ। ୨୦୧୩ ମସିହାରେ ଏହି ଘଟଣା ଘଟିଥିଲା। ବସ୍ତା ଓ ରୁପସା ଥାନା ମଝିରେ ନୂଆଗାଁ ପାସେଞ୍ଜର ହଲ୍ଟ ନିକଟରେ ଥିବା ଏକ ପୋଲ ତଳେ ଜଣେ ଆଦିବାସୀ ନାବାଳିକା ଓ ଚନ୍ଦ୍ରମୋହନ ଟୁଡୁ ବସିଥିଲେ। ସେଠାରେ କାର୍ତ୍ତିକ ଓ ସ୍ମୃତିରଂଜନ ପହଞ୍ଚି ସେମାନଙ୍କୁ ଶାରୀରିକ ସଂପର୍କ ରେଖିବାକୁ ବାଧ୍ୟ କରିବା ସହ ସେମାନଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ। ଗୌତମ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଏହି ଅଶ୍ଳୀଳ ଭିଡ଼ିଓ ପହଞ୍ଚବା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଏକ ମାମଲା ରୁଜ୍ଜୁ ହୋଇଥିଲା।

ସମ୍ବନ୍ଧିତ ଖବର