ଗାଁ ରାସ୍ତାରୁ ଲୁଟିନେଲେ ଲକ୍ଷେ

ସୋର : ସୋର ବ୍ଲକ ଅଧୀନ ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡିହା ଗାଁରାସ୍ତାରୁ ବାଇକ୍‌ରେ ଆସି ଝାମ୍ପି ନେଲେ ପାଖାପାଖି ଲକ୍ଷେ ଟଙ୍କା। ଆଜି ଏହି ରାସ୍ତାରେ ସ୍ପନ୍ଦନ ଫାଇନାନ୍ସ ମ୍ୟାନେଜର ନିମାପଡା ଅଂଚଳର ଗୋପୀନାଥ ସ୍ୱାଇଁ, ଏହି ସଂସ୍ଥାର ଜଣେ କର୍ମଚାରୀ କଟକ ଜିଲା ନରସିଂହପୁର ଅଂଚଳର ସନ୍ତୋଷ ପାତ୍ରଙ୍କୁ ନେଇ ବାଇକ୍‌ରେ ଟଙ୍କା ଆଦାୟ କରି ଫେରୁଥିବା ବେଳେ ପଛରୁ ୫ ଜଣ ଲୁଟେରା ଦୁଇଟି ବାଇକ୍‌ରେ ଆସି ସେମାନଙ୍କୁ ଭୁଜାଲି ଦେଖାଇ ଅଟକାଇଥିଲେ। ଉଭୟଙ୍କୁ ମାରଧର କରି ପାଖରେ ଥିବା ୯୦ ହଜାର ୭ ଶହ ଟଙ୍କା ଲୁଟିନେଇ ପଳାଇଥିଲେ। ଏହି ଲୁଟ୍‌ ବେଳେ ଆହତ ହୋଇଥିବା ଏହି ଦୁଇଜଣ ସୋର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ଏହି ଅଂଚଳରେ ରାଜ୍ୟ ଓ ଜାତୀୟ ରାଜପଥରେ ଏହି ଲୁଟ୍‌ ହେଉଥିବା ବେଳେ ଏବେ ଗାଁ ରାସ୍ତାରେ ଲୁଟ୍‌ ପରେ ସାଧାରଣରେ ଆତଙ୍କ ସୃଷ୍ଟିହୋଇଛି।

ସମ୍ବନ୍ଧିତ ଖବର