ବାଲିଆପାଳ/କାଳୀପଦା : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ର ବିଭିନ୍ନ ଏଟିଏମ୍ ବିନା ସିକ୍ୟୁରିଟିରେ ଚାଲିଛି। ଫଳରେ ସେଗୁଡ଼ିକ ଅସୁରକ୍ଷିତ ହୋଇପଡ଼ିଛି। ଏହାର ଫାଇଦା ନେଇ ପ୍ରତାପପୁର ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ; ଗତକାଲି ସଂଧ୍ୟାରେ ଉକ୍ତ ଏଟିଏମ୍ରେ ଟଙ୍କା ଭର୍ତି କରାଯାଇଥିଲା। ଏନେଇ ଦୁର୍ବୃତ୍ତମାନେ ଜାଣିଥିବା ବେଳେ ବିଳମ୍ବିତ ରାତିରେ ଏଟିଏମ୍ରୁ ଲୁଟ୍ ଯୋଜନା କରିଥିଲେ। ସେମାନେ ସିସିଟିଭି କ୍ୟାମେରାରେ କାଦୁଅ ବୋଳିବା ପରେ ମେସିନ୍କୁ ଭାଙ୍ଗିଥିଲେ। ହେଲେ ଟଙ୍କା ନେବାରେ ସଫଳ ହୋଇପାରିନଥିଲେ। ତେବେ ଆଜି ସକାଳେ ଏଟିଏମ୍ ମେସିନ୍ ଭାଙ୍ଗିଯାଇଥିବା ଦେଖି ସ୍ଥାନୀୟ ଲୋକେ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ କିଶୋର କୁମାର ଶତପଥୀଙ୍କ ସହ ଜାମକୁଣ୍ଡା ଫାଣ୍ଡିକୁ ଖବର ଦେଇଥିଲେ। ପରେ ଶାଖା ପରିଚାଳକ ଶ୍ରୀ ଶତପଥୀ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପହଂଚି ଘଟଣାର ଯାଞ୍ଚ କରିଥିଲା। ଥାନାରେ ଏନେଇ ୨୮/୧୮ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।
ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ ବିଫଳ
/sambad/media/post_attachments/wp-content/uploads/2018/02/baliapal....jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)