ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ରାଣୀବସାଣ ଗାଁ’ରେ ଗୁରୁବାର ରାତିରେ ଗୌରୀଶଙ୍କର ଜେନାଙ୍କ ଘରେ ଆୟୋଜିତ ବାହାଘର ଭୋଜି ଖାଇବା ପରେ ୧୬୦ ଜଣରୁ ଅଧିକ ଲୋକ ଝାଡ଼ାବାନ୍ତି ଯୋଗୁଁ ଅସୁସ୍ଥ ହୋଇପଡ଼ିଛନ୍ତି।
ବରକନ୍ୟା ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି।
ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବାଡ଼ସରିସା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରତିଷେଧ ତଥା ତୁରନ୍ତ ଚିକିତ୍ସା ନିମନ୍ତେ ଏକ ଡାକ୍ତରୀ ଦଳ ସେ ଗାଁରେ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/bhograin.jpg)