ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଧୀନ ସରସତିଆ ଗାଁରେ ଗଣେଶ ପୂଜା ଭୋଗ ଖାଇ ୨୫ରୁ ଅଧିକ ଅସୁସ୍ଥ ହେବାର ସୂଚନା ମିଳିଛି। ଅସୁସ୍ଥଙ୍କ ସଂଖ୍ୟା ବଢିବାର ଆଶଙ୍କା କରି ୫ଜଣିଆ ମେଡିକାଲ ଟିମ୍ ସେଠାରେ ପହଞ୍ଚି ସାମାନ୍ୟ ଅସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଅନୁଧ୍ୟାନ ସହ ପ୍ରାଥମିକ ଚିକିତ୍ସା ଜାରି ରହିଛି। ଅସୁସ୍ଥଙ୍କୁ ଗୋପାଳପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

Advertisment

ମିଳିଥିବା ସୂଚନା ମୁତାବକ ଗତକାଲି ଗ୍ରାମରେ ହୋଇଥିବା ଗଣେଶ ପୂଜାରେ ଜେନାସାହିର ଲୋକେ ଭୋଗ ଖାଇଥିଲେ। ରାତ୍ରିରେ ଭୋଗ ଖାଇଥିବା ଅଧିକାଂଶ ବ୍ୟକ୍ତିଙ୍କ ଦେହ ଖରାପ ହୋଇଥିଲା। ମୁଣ୍ଡବିନ୍ଧା, ବାନ୍ତି ଓ କିଛି ବ୍ୟକ୍ତିଙ୍କୁ ତରଳ ଝାଡ଼ା ହୋଇଥିଲା। ଅତ୍ୟଧିକ ଅସୁସ୍ଥ ହେବାରୁ ସେମାନଙ୍କୁ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ମେଡିକାଲ ଟିମ୍ ସରସତିଆ ଗାଁରେ ପହଞ୍ଚି ଅନ୍ୟ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଖବର ମିଳିଛି।