ବାଲେଶ୍ୱର: ବାଲେଶ୍ୱର ସହର ସୁନହଟ ଅଂଚଳ ୧, ୪ ଓ ୧୧ ନମ୍ବର ୱାର୍ଡରେ ପାଗଳା କୁକୁର ଆକ୍ରମଣ କରି ୩୦ରୁ ଅଧିକ ଲୋକଙ୍କୁ ଗୁରୁତର ଆହତ କରିଛି। ସମସ୍ତେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରହେମଦ ଖାନ, ଶେଖ ଅମାନୁଲ୍ଲ, କମରୁଲ ବିବି, ଶେଖ କାଦର, ଗୋପାଳ ଚନ୍ଦ୍ର ସେଠୀ, ଶେଖ ଇଦ୍ରୀତ, ବେଣୁଧର ଚନ୍ଦ ପ୍ରମୁଖ ଆକ୍ରମଣରେ ଶିକାର ହୋଇଛନ୍ତି।
/sambad/media/post_attachments/wp-content/uploads/2022/12/b40d04bd-7538-4c2f-9a03-2983b70f65e4.jpg)
ସୂଚନା ମୁତାବକ, ଶୁକ୍ରବାର ରାତି ୧୧ଟା ସମୟରେ ଏକ ପାଗଳା କୁକୁର କିଛି ଲୋକଙ୍କୁ ଆକ୍ରାନ୍ତ କରିଥିଲା। ଆଜି ସକାଳେ ପୁଣି ସୁନହଟ ଅଂଚଳର ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ରାସ୍ତାରେ ପ୍ରାତଃ ଭ୍ରମଣ କରିବା ଲୋକଙ୍କୁ ମଧ୍ୟ କୁକୁର କାମୁଡ଼ି ଖଣ୍ଡିଆଖାବରା କରିଥିଲା। ଏମିତିକି ଘରେ ପଶି ଲୋକଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ରାଗରେ କୁକୁରକୁ ପିଟିପିଟି ମାରିଦେଇଥିଲେ। କିଛି ଲୋକ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/30-People-Serious-Injured-For-Dogs-Bite_Thumbnail.jpg)