ଜଳେଶ୍ଵର: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ବାଲିଆପାଳରୁ ବାଲେଶ୍ବର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍। ସାର୍ଥା ବସଷ୍ଟାଣ୍ତ ନିକଟରେ ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ।
ବିବରଣୀରୁ ପ୍ରକାଶ ଯେ ଆଜି ସକାଳେ ଓଡି୦୧ଏନ୮୮୮୨ ନମ୍ବରର ଗୁଡଲି ନାମକ ଏକ ଘରୋଇ ବସ୍ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀ ନେଇ ବାଲିଆପାଳରୁ ବାଲେଶ୍ବର ଅଭିମୁଖେ ଯାଉ ଥିବା ସମୟରେ ସାର୍ଥା ବସଷ୍ଟାଣ୍ତ ନିକଟରେ ପହଞ୍ଚିବା ପରେ ବସର ଷ୍ଟିୟରିଂ ରଡ୍ ଭାଙ୍ଗି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଗଡ଼ିଯାଇ ଏକ ଖାଲରେ ଅଟକି ଯାଇ ଥିଲା। ଏହାଫଳରେ ଯାତ୍ରୀମାନେ ଭୟଭୀତ ହୋଇ ବସ୍ ରୁ ତଳକୁ ଓହ୍ଲାଇ ପଡ଼ିଥିଲେ।

Advertisment

ଖାଲନଥିଲେ ବସ୍ ଆଗକୁ ଗଡ଼ି କଣ ଯେ ଘଟିଥାନ୍ତା ତାହାକୁ ନେଇ ଯାତ୍ରୀମାନେ ଭୟଭୀତ ହୋଇଥିଲେ। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ବେଳେ ବସର ମାଲିକ ଅନ୍ୟ ଏକ ବସ ପଠାଇବା ପରେ ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ଯାଇଥିବା ସୂଚନା ମିଳିଛି।