ବାଲେଶ୍ବର: ହମ୍ପସ୍‌ରେ ପଡ଼ି ମା’ ମୃତ, ବାପ-ପୁଅ ଗୁରୁତର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ନିକଟରେ ସଡ଼କ ଦୁର୍ଘଟଣାରେ ବାପ-ପୁଅ ଗୁରୁତର ଆହତ ହୋଇଥିବା ବେଳେ ମାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ମନୋରମା ଓ ଗୁରୁତର ଆହତ ୨ ଜଣ ହେଉଛନ୍ତି ତାଙ୍କ ସ୍ବାମୀ ନିରଞ୍ଜନ ରାଉତ ଓ ପୁଅ ରାଜେନ୍ଦ୍ର।

ମିଳିଥିବା ସୂଚନା ଅନୁଯାୟୀ, ଖଇରା ଥାନା କାକୁଡ଼ିଆ ଅଞ୍ଚଳର ନିରଞ୍ଜନ ରାଉତ, ପତ୍ନୀ ମନୋରମା ଓ ପୁଅ ରାଜେନ୍ଦ୍ର ଗତକାଲି ରାତିରେ ସ୍କୁଟିରେ ବାଲେଶ୍ବରରୁ ନିଜ ଘର କାକୁଡ଼ିଆକୁ ଫେରୁଥିଲେ। ଏହି ସମୟରେ ଦହିସଡ଼ା ନିକଟରେ ଥିବା ହମ୍ପ୍‌ସରେ ହଠାତ୍ ସ୍କୁଟି ବ୍ରେକ କରିବାରୁ ମନୋରମା ସ୍କୁଟିରୁ ଖସି ପଡ଼ିଥିଲେ। ଫଳରେ ପଛରୁ ଆସୁଥିବା ଟ୍ରକ ଭାରସାମ୍ୟ ହରାଇ ମନୋରମାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ମନୋରମାଙ୍କର ମୃତ୍ୟୁ ହୋଇଥିବା ବେଳେ ନିରଞ୍ଜନ ଓ ରାଜେନ୍ଦ୍ର ଗୁରୁତର ଆହତ ହୋଇଥିଲେ।

ଖବର ପାଇ ସୋର ଥାନା ଏଏସଆଇ ରାଧାଗୋବିନ୍ଦ ମଢ଼ୁଆଳ ଘଟଣାସ୍ଥଳରେ ପହଞ୍ଚି ଏନଏଚଆଇ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତମାନଙ୍କୁ ସୋର ଡାକ୍ତରଖାନାକୁ ପଠାଇଥିବା ବେଳେ ମୃତ ମନୋରମାଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି।

ସମ୍ବନ୍ଧିତ ଖବର