ଜଳେଶ୍ବର: ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ଅଧୀନ ଦୁର୍ଗାପୁରରେ ଗତ ଶୁକ୍ରବାର ରାତିରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ବାପା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସେ ରବିବାର କହିଛନ୍ତି, ମୋ ଝିଅ ଏବେ ଚାଲିପାରୁ ନାହିଁ ଓ ମେଡିକାଲରେ ଚିକିତ୍ସାଧୀନ ଅଛି। ପଶ୍ଚିମବଙ୍ଗରେ ମୋ ଝିଅ ସୁରକ୍ଷିତ ନୁହେଁ। ଝିଅର ସୁରକ୍ଷା ଏବଂ ଉତ୍ତମ ଚିକିତ୍ସା ପାଇଁ ଓଡ଼ିଶା ନେବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ନିବେଦନ କରୁଛି।
ପୀଡ଼ିତାଙ୍କ ବାପାଙ୍କ ବାପା କହିଛନ୍ତି, ମୁଖ୍ୟମନ୍ତ୍ରୀ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, ଆରକ୍ଷୀ ଅଧୀକ୍ଷକ ଏବଂ ଜିଳ୍ଲାପାଳ ଆମକୁ ସହଯୋଗ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ମୋ ଝିଅକୁ ଓଡ଼ିଶା ନେଇଯିବା ପାଇଁ ଅନୁମତି ପ୍ରଦାନ କରନ୍ତୁ। କାରଣ ତାର ଜୀବନ ପ୍ରତି ଏଠାରେ ବିପଦ ଅଛି।
ଦୁର୍ଗାପୁରରେ ଓଡ଼ିଆ ମେଡିକାଲ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ପଶ୍ଚିମବଙ୍ଗର ସୁରକ୍ଷା ବ୍ୟବସ୍ଥା ଓ ଆଇନ୍କାନୁନ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।
ଆସାନସୋଲର ଡେପୁଟି ମାଜିଷ୍ଟ୍ରେଟ ରଂଜନା ରାୟ ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କୁ ମେଡିକାଲରେ ଭେଟିଛନ୍ତି। ଏଥି ସହିତ ସେ କହିଛନ୍ତି, ପୀଡ଼ିତା ପରିବାର ସହିତ ପଶ୍ଚିମବଙ୍ଗ ସରକାର ଅଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ମଳିବ।
ପଶ୍ଚିମବଙ୍ଗ ପୁଲିସ ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆସାନସୋଲ-ଦୁର୍ଗାପୁର ପୁଲିସ କମିସନରେ ରବିବାର ଏହା କହିଛନ୍ତି। ପୀଡ଼ିତାଙ୍କ ଠାରୁ ଲୁଟ ହୋଥିବା ମୋବାଇ ଜବତ ହୋଇଛି। ଏହାକୁ ପରୀକ୍ଷା ପାଇଁ କୋଲକାତାସ୍ଥିତ ଫରେନସିକ ଲ୍ୟାବକୁ ପଠାଯାଇଛି। ଏହି ଘଟଣାରେ ଜଣେ ପ୍ରତକ୍ଷ୍ୟଦର୍ଶୀଙ୍କୁ ମଧ୍ୟ ପୁଲିସ ଅଟକ ରଖି ଜେରା କରିଛି। ଘଟଣାସ୍ଥଳକୁ କର୍ଡନ କରାଯାଇଛି। ସାଧାରଣ ଲୋକଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ପୁଲିସ ଅନୁମତି ଦେଉ ନାହିଁ।
ଅନ୍ୟପଟରେ ଆସନସୋଲରେ ବିଜେପି, କଂଗ୍ରେସ ଓ ସିପିଆଇ (ଏମ୍) ତରଫରୁ ଆଜି ଦିନ ତମାମ ଭିନ୍ନଭିନ୍ନ ସ୍ଥାନରେ ରାସ୍ତାରୋକ, ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁଲିସ ସିସିଟିଭି ଫୁଟେଜରେ ସନ୍ଧ୍ୟା ୭ଟା ୫୮ରୁ ୯ଟା ୩୧ ମଧ୍ୟରେ ବାରମ୍ବାର ଯାଞ୍ଚ କରୁଛି। ପୁରୁଷ ବନ୍ଧୁର ସଂପୃକ୍ତି ଅଛି କି ନାହିଁ ଜଣାପଡୁଛି।
Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/12/jaleswar-2025-10-12-18-57-42.jpg)