ସୋର: ଜନ୍ମ କରିବା ପରେ ଅଲୋଡ଼ା ଶିଶୁକନ୍ୟାକୁ ଅତି ଅମାନବିକ ଭାବେ ଏକ ବୁଦା ମୂଳରେ କେହି ଜଣେ ଫିଙ୍ଗି ଦେଇଥିବା ବେଳେ ସୋର ପୌରାଞ୍ଚଳ କମରପୁର ଗ୍ରାମର ଜଣେ ଆଶ୍ରମ ମାଲିକ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ ଆଜି ସକାଳେ କମରପୁର ଅନ୍ନପୂର୍ଣ୍ଣା ମିଲ କ୍ୟାମ୍ପସ ଭିତରେ ଥିବା ବାଙ୍କବିହାରୀ ଆଶ୍ରମର ମାଲିକ ତ୍ରୈଲୋକ୍ୟ ଦାସ ସକାଳେ ଉଠିବା ପରେ ଏକ ଶିଶୁର କାନ୍ଦ ଶୁଣି ତାଙ୍କ ସ୍ତ୍ରୀଙ୍କୁ ଡାକି ଖୋଜିଥିଲେ। ପରେ ଏକ ବୁଦା ମୂଳରୁ ବୁରା ଭିତରେ ଘୋଡ଼ାଯାଇ ଅତ୍ୟନ୍ତ ଅମାନବିକ ଭାବେ ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିଲେ। ଦେହରେ କ୍ଷତ ବିକ୍ଷତ ହୋଇଥିବା ଶିଶୁ କନ୍ୟାଟିକୁ ଉଷୁମ ପାଣିରେ ଧୋଇବା ପରେ ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଚିକିତ୍ସା କରାଇବା ପରେ ଶିଶୁ କନ୍ୟାର ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Advertisment

publive-image

ଏ ସଭ୍ୟ ସମାଜରେ ଆଜିର ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ ହେବାକୁ ବାଧ୍ୟ କରିଛି। ଯିଏ ବି ଏ ଅପରାଧରେ ସାମିଲ ସେ କଠୋର କଠୋର ଦଣ୍ଡ ପାଇବା ଦରକାର ବୋଲି ମତ ପ୍ରକାଶ ପାଇଛି।